Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢ଼ିବ

argusnews

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢ଼ିବ

Ritu Das
Browse all articles by Ritu Das
·2 years ago·2 min read
ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢ଼ିବ

ଅର୍ଗସ ବ୍ୟୁରୋ: ଆଗକୁ ସିଭିୟର ହେବ ହିଟ୍ଓ୍ବେଭ୍। ସ୍ଥିତି ହେବ ଅସମ୍ଭାଳ। ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ସମ୍ଭାବନା ଥିଲେ ବି ତାତିରେ ଲାଗିବନି ବ୍ରେକ୍। ରାଜ୍ୟକୁ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି। ଆଜି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ପୁଣି ୪୩ ଡିଗ୍ରୀ ଅତିକ୍ରମ କରିଛି ପାରଦ। ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ବରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝହାସୁଗୁଡାରେ ୪୨.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ଓ୍ବେଭ୍ ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୫ ଦିନ ମଧ୍ୟରେ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ। ଆସନ୍ତା କାଲି ସିଭିୟର ହିଟ୍ଓ୍ବେଭ୍ ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୨୬ ତାରିଖରେ ପୁଣି ବଢିବ ତାପମାତ୍ରା। ସଭିୟର ହିଟ୍ଓ୍ବେଭ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୭ ଏବଂ ୨୮ ତାରିଖରେ ରାଜ୍ୟରେ ସର୍ବାଧିକ ହିଟ୍ଓ୍ବେଭ ସ୍ଥିତି ଉପୁଜିବ। ସିଭିୟର ହିଟ୍ଓ୍ବେଭ୍ ପାଇଁ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ବୌଦ୍ଧ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଆଲର୍ଟରେ ଡବଲ ପ୍ଳସ୍ ମାର୍କିଂ କରାଯାଇଛି। 

ଏହି ସବୁ ଜିଲ୍ଲାରେ ୪୫ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ସେହିଭଳି ବାକି ୧୯ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ସିଙ୍ଗଲ୍ ପ୍ଳସ୍ ମାର୍କ ଜାରି କରାଯାଇଛି। ଏହି  ସ ବୁ ଜିଲ୍ଲା ଗୁଡିକରେ ୪୩ ରୁ ୪୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ୩୦ ତାରିଖ ବେଳକୁ ରାଜ୍ୟରେ ସାମାନ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେବ। କିନ୍ତୁ ତାତିରେ ବ୍ରେକ୍ ଲଗାଇବାରେ ତାହା ସକ୍ଷମ ହେବ ନାହିଁ। ସିଭିୟର ହିଟ୍ଓ୍ବେଭ୍ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
For the next 5 | Argus News