Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଏପ୍ରିଲ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ତାତି ଜାରି ରହିବ

Ritu Das
Browse all articles by Ritu Das
·2 years ago·1 min read
ଏପ୍ରିଲ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ତାତି ଜାରି ରହିବ

ଅର୍ଗସ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର। ଏପ୍ରିଲ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ଭଳି ରାଜ୍ୟରେ ତାତି ଜାରି ରହିବ। ତାପମାତ୍ରା ଆଜି ଆସନ୍ତାକାଲି ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ଯେଉଁ ସବୁ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଛି ତାହା ୪୦ ଡିଗ୍ରୀ ପର୍ଯ୍ୟନ୍ତ ଯିବାର ସମ୍ଭାବନା ରହିଛି। ଏପ୍ରିଲ ମାସ ପ୍ରଥମ ସପ୍ତାହରେ ବଡ଼ ବର୍ଷା କିମ୍ବା ବିଶେଷ ବର୍ଷା ହେବାର ସମ୍ଭାବନା ମଧ୍ୟ ନାହିଁ। ତାପମାତ୍ରା ଧୀରେ ଧୀରେ ଆହୁରି ବଢିବ। କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଯିବାର ସମ୍ଭାବନା ମଧ୍ୟ ରହିଛି।

ଉପକୂଳ ଅଞ୍ଚଳରେ ବିଶେଷ ତାତି ପରିଲକ୍ଷିତ ହେଉଛି, ଦିନ ସମୟରେ ଗୁଳୁ ଗୁଳି ମଧ୍ୟ ଲାଗି ରହିବ। ଆସନ୍ତାକାଲି କିଛି ଜାଗାରେ ବିଜୁଳି ଘଡ଼ଘଡି ସହ ସାମାନ୍ୟ ବର୍ଷା ହୋଇପାରେ। ଖାସ କରି ଉତ୍ତର ଓଡିଶା ଅଞ୍ଚଳରେ କାଳ ବୈଶାଖୀ ଜନିତ ହାଲକା ବର୍ଷା ହୋଇପାରେ। ରାଜଧାନୀରେ ଗତକାଲି ୩୭. ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଜି ଏହା ୩୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ବାୟୁ ଚଳାଚଳ ସମୁଦ୍ରର ଦକ୍ଷିଣ ଦିଗକୁ ରହିଛି ତେଣୁ ବିଶେଷ ତାପମାତ୍ରା ବୃଦ୍ଧି ହେବାର ନାହିଁ। ସକାଳ ୮ଟା ୩୦ ସୁଦ୍ଧା ୨୯. ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦିନ ତମାମ ଏଭଳି ପ୍ରଭାବ ରହିବ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heatwave will | Argus News