Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତା ୨ ଦିନ ପ୍ରବଳ ବର୍ଷା , ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

argusnews

ଆସନ୍ତା ୨ ଦିନ ପ୍ରବଳ ବର୍ଷା , ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆସନ୍ତା ୨ ଦିନ ପ୍ରବଳ ବର୍ଷା , ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଅର୍ଗସ ବ୍ୟୁରୋ : ଲଘୁଚାପ ର ରୂପ ନେଲା ବଙ୍ଗୋପସାଗର ରେ ସୃଷ୍ଟ ଘୂର୍ଣ୍ଣିବଳୟ। ଉତ୍ତର ବଙ୍ଗୋପସାଗର ରେ କେନ୍ଦ୍ରୀଭୂତ ଲଘୁଚାପ ପ୍ରଭାବରେ ଆସନ୍ତା ୨  ଦିନ ଯାଏ ନିର୍ଧୁମ ଛେଚିବ। ଆସନ୍ତା ୨୪ ଘଂଟାରେ ଅନେକ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ପ୍ରବଳରୁ ଅତିପ୍ରବଳ ଅର୍ଥାତ  ୭ରୁ ର ସେମି ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ ପାଇଁ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ଅର୍ଥାତ ୭ ରୁ  ୧୧ ସେମି ବର୍ଷା  ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରିକରାଯାଇଛି। ସେହିସବୁ  ଜିଲ୍ଲାଗୁଡ଼ିକ ହେଲା ଯାଜପୁର, କେନ୍ଦ୍ରାପଡା, ଜଗତସିଂପୁର ,କଟକ , ଢେଙ୍କାନାଳ , ଅନୁଗୁଳ ,ଦେଓଗଡ,  ସୁନ୍ଦରଗଡ,  ବରଗଡ଼ ,ଝାରସୁଗୁଡା ସମ୍ବଲପୁର ମାଲକାନଗିରି  ଓ କୋରାପୁଟ। ସେହିପରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ଝାରସୁଗୁଡା କୁ ୟେଲୋ ବର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ  ବିଭାଗ।  ପ୍ରବଳ ବର୍ଷା ପାଇଁ ବରଗଡ଼ ,ଦେଓଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର,  ବଲାଙ୍ଗୀର ,ନୂଆପଡା,  ବାଲେଶ୍ୱର , ଭଦ୍ରକ ,ଯାଜପୁର ,ଜଗତସିଂହପୁର, କେନ୍ଦ୍ରାପଡା , କଟକ ଓ  ସମ୍ବଲପୁର କୁ ୟେଲୋ  ବର୍ଣ୍ଣିଙ୍ଗ ଜାରି କରିଛି  ପାଣିପାଗ ବିଭାଗ।

ଅଧିକ ପଢନ୍ତୁ : ଆସନ୍ତା ୪୮ ଘଣ୍ଟାରେ ନେବ ଲଘୁଚାପର ରୂପ !

ତେବେ ୨୭ ରେ  ଵର୍ଷାର ପରିମାଣ ସାମାନ୍ୟ କମିବା ସହ ପୁଣି ୨୮ ରୁ ଛେଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କାରଣ  ୨୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ।ପ୍ରଭାବରେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ବର୍ଷିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ସିରିଜ ଲଘୁଚାପକୁ ନେଇ ସମୁଦ୍ର ମଧ୍ୟରେ ପବନର ବେଗ ଅଧିକ ରହିବ। ତେଣୁ ଅଶାନ୍ତ ହେବ ସମୁଦ୍ର ଏହାକୁ ନେଇ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ମନା। ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା  ସର୍ବାଧିକ ବର୍ଷା ବାଲେଶ୍ୱର ର ଖଇରାରେ ୯୭.୦୦  ମିଲି ମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୭୬୪.୦ ମିମି ବର୍ଷା ରେକର୍ଡ ହୋଇଛି। ଏବେବି ୧୦ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୮୪୫ . ୮ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ୧ ଜିଲ୍ଲାରେ ସ୍ୱାଭାବିକ ଠାରୁ  ଅଧିକ ବର୍ଷା ହୋଇଥିବା  ବେଳେ ୧୯  ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୦  ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ଓ ଭଦ୍ରକରେ ସବୁଠୁ କମ ବର୍ଷା ରେକର୍ଡ ହୋଇଛି  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy rain for the next 2 days, orange alert for 4 districts | Argus News