Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି , କାଲି କୁଆପଥର ବର୍ଷା !

argusnews

ଆଜି , କାଲି କୁଆପଥର ବର୍ଷା !

Smruti Parija
Browse all articles by Smruti Parija
·2 years ago·1 min read
ଆଜି , କାଲି କୁଆପଥର ବର୍ଷା !

ଭୁବନେଶ୍ୱର: ତାତିରୁ ମିଳିଲା ଆଶ୍ୱସ୍ତି । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି । ଫଳରେ ତାପମାତ୍ରା ଖସିବା ସହ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି । ସେପଟେ ଆଜି ଓ ଆସନ୍ତାକାଲି କାଳବୈଶାଖୀ ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । 

କାଳବୈଶାଖୀ ନେଇ ଆଜି 12ଟି ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି ହୋଇଥିବାବେଳେ ଆସନ୍ତାକାଲି ମାର୍ଚ୍ଚ 20 ରେ 4 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।  40 ରୁ 50 କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

ଭଦ୍ରକ ଜିଲ୍ଲା ସମେତ ଧାମନଗର ଆଦି ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ଅଦିନ ଝଡତୋଫାନ ସହ ବର୍ଷା ଓ ବଜ୍ରପାତ । ଗତକାଲି ବିଳମ୍ବିତ ରାତିରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଆରଡି, ଚାନ୍ଦବାଲି, ଧାମରା, ଧାମନଗର ଆଦି ଅଞ୍ଚଳରେ ଅଦିନିଆ ଝଡ ତୋଫାନ ସାଙ୍ଗକୁ ବର୍ଷା ଓ ବଜ୍ରପାତ ଲାଗି ରହିଛି । ଏପରିକି ଆକାଶରେ କଳାମେଘ ଢାଙ୍କି ରହିଥିବାରୁ ଭୟରେ ଘରୁ ବାହାରୁ ନାହାନ୍ତି ଅନେକ ଲୋକ । ରାସ୍ତାଘାଟ ଜନଶୂନ୍ୟ ହୋଇପଡିଛି । ଗତକାଲି ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଥିବାବେଳେ ଏବେ ମଧ୍ୟ ଝିପିଝିପି ବର୍ଷା ଲାଗି ରହିଛି । ବର୍ଷା ଫଳରେ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Argus Whatsapp Channel Mobile Top
Sponsored
heavy-rain-fall-in-different-parts-of-odisha | Argus News