Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଆସନ୍ତା ୫ରୁ ୭ ଦିନ ରାଜ୍ୟରେ ପ୍ରବଳ ବର୍ଷା , ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଆସନ୍ତା ୫ରୁ ୭ ଦିନ ରାଜ୍ୟରେ ପ୍ରବଳ ବର୍ଷା , ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅର୍ଗସ ବ୍ୟୁରୋ :  ବର୍ତ୍ତମାନ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଥିବା ବେଳେ ଆସନ୍ତା ୫ରୁ ୭ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ଲାଗିରହିବ। ଆସନ୍ତା ୨୪ ଘଣ୍ଟା ରେ ଅନେକ ସ୍ଥାନରେ ହାଲୁକରୁ  ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଗୋଟେ  କିମ୍ବା ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା  ସମ୍ଭାବନା ଦେଇଛି  ପାଣିପାଗ ବିଭାଗ ।

ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ସହ  କୋରାପୁଟ,ରାୟଗଡ଼ା ଓ ଗଜପତି ଏହି ତିନି  ଜିଲ୍ଲା ରେ ପ୍ରବଳ ପାଇଁ ଜାରି ହୋଇଛି ୟେଲୋ ବର୍ଣ୍ଣିଙ୍ଗ ।ସେହିପରି ଆସନ୍ତାକାଲି ପାଇଁ ଗଞ୍ଜାମ,ଗଜପତି, ରାୟଗଡ଼ା,କନ୍ଧମାଳ,କଳାହାଣ୍ଡି,କୋରାପୁଟ ଓ ମାଲକାନଗିରି ରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣୀଙ୍ଗ ଜାରି କରିଛି ପାଣିପାଗ ବିଭାଗ।  ୧୯ ଓ ୨୦ ତାରିଖରେ  ତାରିଖ ବେଳକୁ ବର୍ଷା ପରିମାଣ ବଢିବା ସହ ଅଧିକାଂଶ ଜିଲ୍ଲାରେ  ହାଲୁକରୁ  ମଧ୍ୟମ  ଧରଣର ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ବିଭାଗ ।୨୧ ରୁ କମିବ ବର୍ଷାର  ପରିମାଣ କମିବା ସହ କିଛି ଅଂଚଳରେ ହଳୁକାରୁ ମଧ୍ୟମ ଧରଣର ବର୍ଷା ର  ସମ୍ଭାବନା ଥିବା  ଆକଳନ କରିଛି ବିଭାଗ।  

 ଅଧିକ ପଢନ୍ତୁ : ୮ ଦିନ ଭିତରେ ୨ଟି ଲଘୁଚାପ ହେବାର ସମ୍ଭାବନା: ଭରଣା ହେବ ନିଅଣ୍ଟିଆ ବର୍ଷା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧ ଜୁନ ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୨୮୦.୦୧ ମିମି  ବର୍ଷା ରେକର୍ଡ ହୋଇଥିବା ବେଳେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।  ୩୮୨.୮ ମିମି ସ୍ୱାଭାବିକ ବର୍ଷା ରହିବା କଥା। ୧୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ  ହୋଇଥିବା ବେଳେ ୧୧  ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି ।ତେବେ ଯାହା ଆକଳନ କରାଯାଉଛି ଯଦି ଏହି ସିରିଜ ଲଘୁଚାପ ସକ୍ରିୟ ହେଉଛି ତେବେ ରାଜ୍ୟରେ ସ୍ଵାଭାବିକ ଠାରୁ ଭଲ ବର୍ଷା ହେବା ସହ ଭରଣା ହେବ ନିଅଣ୍ଟିଆ ବର୍ଷା ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ସେପଟେ ଗତ ୨୪ ଘଂଟାରେ ଅନେକ ସ୍ଥାନରେ  ବର୍ଷା  ହୋଇଥିବା ବେଳେ ସର୍ବାଧିକ ବର୍ଷା ମାଲାକାନଗିରି ରେ  ୯୦ .୦୦  ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବାଧିକ ତାପମାତ୍ରା ନୂଆପଡାରେ ୩୬ .୪  ଡିଗ୍ରୀ  ତାପମାତ୍ରା ରେକର୍ଡ  କରାଯାଇଛି ।  

Sponsored
Heavy rain in the state for the next 5 to 7 days, yellow warning for 3 districts | Argus News