Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା ୩୧ ଯାଏଁ ପ୍ରବଳ ବର୍ଷା , ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

argusnews

ଆସନ୍ତା ୩୧ ଯାଏଁ ପ୍ରବଳ ବର୍ଷା , ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆସନ୍ତା ୩୧ ଯାଏଁ ପ୍ରବଳ ବର୍ଷା , ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

ଅର୍ଗସ ବ୍ୟୁରୋ :ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପରେ ଏହା ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ଗତି କରିବ। ଦୁଇ ଦିନରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଯାହା ପ୍ରଭାବରେ ୩୧ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାରେ ବିଶେଷ ପ୍ରଭାବ ଦେଖାଦେବ।  ଏନେଇ ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର ।

ଅଧିକ ପଢନ୍ତୁ : ୨୯ରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ

ସେନେଇ ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲା । ସେହିପରି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।  ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ବୌଦ୍ଧ, କନ୍ଧମାଳ ନୟାଗଡ ଖୋର୍ଦ୍ଧା କଟକ ପୁରୀ ଓ ଜଗତସିଂହପୁର । ସେପଟେ ସମୁଦ୍ର ଅଶାନ୍ତ କାରଣରୁ ୩୦ ଓ ୩୧ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ସେପଟେ ଗତ ୨୪ ଘଂଟାରେ  ସୋନପୁରର ବୀରମହାରାଜପୁରରେ ସର୍ବାଧିକ  ୧୦୧ ମିଲିମିଟର  ପ୍ରବଳ ବର୍ଷା ରେକର୍ଡ ହୋଇଚି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Heavy rain till 31 august, red alert to 3 district | Argus News