ପଦ୍ମପୁରବାସୀଙ୍କ କଟାଘା'ରେ ଚୁନ ମାରିଲେ କି ଭି.କେ. ପାଣ୍ଡିଆନ୍ ?
ଭୁବନେଶ୍ୱର: ପଦମପୁରବାସୀଙ୍କ ପ୍ରତି ବିଜେଡି ସରକାର କରିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ପରେ ଏବେ ପୁଣି ଥରେ ଭୁଆଁ ବୁଲାଇବାକୁ ପ୍ରୟାସ । ନିଜ ଦୋଷ ଧରାପଡ଼ିବା ପରେ ବିରୋଧୀଙ୍କ ମୁଣ୍ଡରେ ଅଠାବୋଳି ଖସିବାକୁ ଉଦ୍ୟମ । ପ୍ରତିଶ୍ରତି ଥିଲା ତାଙ୍କର, ରାଜ୍ୟରେ ସରକାର ତାଙ୍କର କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତ ଯୋଗୁଁ କୁଆଡ଼େ ପଦମପୁରକୁ ଜିଲ୍ଲା ମାନ୍ୟତା ମିଳିପାରିଲାନି ବୋଲି କହୁଛନ୍ତି ପାଣ୍ଡିଆନ୍ । ବିଜେଡି ଷ୍ଟାର ପ୍ରଚାରକ ନମ୍ବର -୨ ଙ୍କର ଏହି ଭୁଆଁବୁଲା କାହାଣୀକୁ ବିଶ୍ବାସ କରିବେକି ପଦମପୁର ଜନତା ।
ପଦ୍ମପୁରବାସୀଙ୍କ କଟାଘା'ରେ ଚୁନ ମାରିଲେ କି ଭି.କେ. ପାଣ୍ଡିଆନ୍ ?
ଜିଲ୍ଲା ଘୋଷଣା ଷଡ଼ଯନ୍ତ୍ର ଧରାପଡ଼ିବା ପରେ ଦୋଷ ଖସାଇବାକୁ ଚାଲ
ପ୍ରତିଶ୍ରୁତି ତାଙ୍କର, ସରକାର ବି ତାଙ୍କର ତାହାଲେ ଦାୟୀ କିପରି ବିରୋଧୀ ?
ଖୋଦ୍ ମନ୍ତ୍ରୀ ଟୁକୁନି ମାନିଛନ୍ତି ପଦମପୁର ଜିଲ୍ଲା ନହେବା ପଛରେ ନବୀନ
ପାଣ୍ଡିଆନଙ୍କ ଅଠାବୋଳା ଚାଲକୁ କ୍ଷମା କରିବେ କି ପଦମପୁର ଜନତା ?
ପଦମପୁରବାସୀଙ୍କ ପ୍ରତି ବିଜେଡି ସରକାର କରିଥିବା ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ପରେ ଏବେ ପୁଣି ଥରେ ଭୁଆଁ ବୁଲାଇବାକୁ ପ୍ରୟାସ। ନିଜ ଦୋଷ ଧରାପଡ଼ିବା ପରେ ବିରୋଧୀଙ୍କ ମୁଣ୍ଡରେ ଅଠାବୋଳି ଖସିବାକୁ ଉଦ୍ୟମ। ପ୍ରତିଶ୍ରତି ଥିଲା ତାଙ୍କର, ରାଜ୍ୟରେ ସରକାର ତାଙ୍କର କିନ୍ତୁ ବିରୋଧୀଙ୍କ ଚକ୍ରାନ୍ତ ଯୋଗୁଁ କୁଆଡ଼େ ପଦମପୁରକୁ ଜିଲ୍ଲା ମାନ୍ୟତା ମିଳିପାରିଲାନି ବୋଲି କହୁଛନ୍ତି ପାଣ୍ଡିଆନ୍। ବିଜେଡି ଷ୍ଟାର ପ୍ରଚାରକ ନମ୍ବର ଟୁଙ୍କର ଏହି ଭୁଆଁବୁଲା କାହାଣୀକୁ ବିଶ୍ବାସ କରିବେକି ପଦମପୁର ଜନତା ?
ଯଦି ପଦମପୁରବାସୀଙ୍କ ପ୍ରତି ଏତେ ଦରଦ ତାହାଲେ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟ କାହିଁକି ଗଲେନି ବିଜେଡି ସରକାର।
ରଥଯତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ଯାଇପାରୁଛନ୍ତି ଅଥଚ ପଦମପୁରବାସୀଙ୍କ ପାଇଁ ସଙ୍ଗେସଙ୍ଗେ କାହିଁକି ଗଲେନି ସର୍ବୋଚ୍ଚ ଅଦାଲତ। ଆଉ ଏବେ ନିର୍ବାଚନ ଅଛି ବୋଲି କହୁଛନ୍ତି କୋର୍ଟରେ ଲଢେଇ କରିବେ। ଯଦି ବିରୋଧଙ୍କ ଚକ୍ରନ୍ତ ଯୋଗୁଁ ପଦମପୁର ଜିଲ୍ଲା ମାନ୍ୟତା ପାଇବାରୁ ବଞ୍ଚିତ ହେଲା ତାହାହେଲେ ମନ୍ତ୍ରୀ ଟୁକୁନୀ ସାହୁ ଯେଉଁ ବୟାନ ଦେଇଥିଲେ ତାହା କଣ ଥିଲା। ଟୁକୁନୀ ନିଜେ କହିଛନ୍ତି ଟିଟିଲାଗଡ଼କୁ ନକରି ପଦମପୁରକୁ ଜିଲ୍ଲା ଘୋଷଣା କରିଥିଲେ ସେ ଇସ୍ତଫା ଦେଇଥାନ୍ତେ କିନ୍ତୁ ମୁଖ୍ୟମନ୍ତ୍ରୀ ସେପରି କରାଇଦେଲେନି। ଅର୍ଥାତ କୋର୍ଟ କେବଳ ବାହାନା ଥିଲା। ଅସଲ କଥା ହେଉଛି ପଦମପୁରବାସୀଙ୍କୁ ଧୋକା ଦେଇଥିଲେ ନବୀନ। ଯଦି ଟୁକୁନୀ ମିଛ କହିଥିଲେ ତାହାଲେ ନିଜ୍ ଟୁକୁନୀ କିମ୍ବା ବିଜେଡି ଆଜିଯାଏ ଏହାର ଖଣ୍ଡନ କାହିଁକି କରୁନାହାନ୍ତି। ଦଶନ୍ଧି ଦଶନ୍ଧି ଧରି ଜିଲ୍ଲା ମାନ୍ୟତା ପାଇଁ ଦାବି କରିଆସୁଥିବା ପଦମପୁରବାସୀଙ୍କ ପ୍ରତି ନବୀନ ସରକାର କରିଥିବା ଷଡ଼ଯନ୍ତ୍ର ଧରାପଡ଼ିସାରିଛି। ଏବେ ପୁଣି କେଉଁ ମୁହଁରେ ପାଣ୍ଡିଆନ୍ କହୁଛନ୍ତି ନବୀନ ବାବୁ ଜିଲ୍ଲାଗଠନ ପାଇଁ ଲଢିବେ। ଏହା ପଦମପୁରବାସୀଙ୍କ କଟା ଘାଆରେ ଚୂନ ନୁହେଁକି ? ବିଜେଡି ସରକାରଙ୍କ ଏହି ଚଞ୍ଚକତାକୁ କ୍ଷମା ଦେବେ କି ପଦମପୁରର ଜନତା ?
ଅଧିକ ପଢନ୍ତୁ ଓଡ଼ିଶା ଖବର
