ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

ଅର୍ଗସ ବ୍ୟୁରୋ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବଦଳିବ ପାଗ। ମେଘୁଆ ପାଗ ସହ ବର୍ଷାରେ ଭିଜିବ ଉପାନ୍ତରୁ ଉପକୂଳ।
ଓଡ଼ିଶାକୁ ଆସୁଛି ବଡ ବର୍ଷା ! ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ୧୬ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେବା ସମ୍ଭାବନା ।ଲଘୁଚାପ ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବଦଳିବ ପାଗ। ମେଘୁଆ ପାଗ ସହ ବର୍ଷାରେ ଭିଜିବ ଉପାନ୍ତରୁ ଉପକୂଳ। ବିଶେଷ ଭାବେ ଦକ୍ଷିଣ ଉପକୂଳରେ ମେଘୁଆ ପାଗ ରହିବ ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ।
ଜଗତସିଂହପୁର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡା,ବାଲେଶ୍ୱର,କଟକ ,ରାୟଗଡା,ମାଲକାନଗିରି,କୋରାପୁଟ,ବାଲେଶ୍ୱର ।ଏହି ସବୁ ଜିଲ୍ଲାଗୁଡିକରେ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ପରେ ୧୬ ତାରିଖରୁ ବଢିବ ବର୍ଷର ପରିମାଣ । ରାଜ୍ୟରେ ଭାରି ବର୍ଷା ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ରହିଥିବା ବେଳେ ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡା ,କଟକ,ଭଦ୍ରକ ଏହି ସବୁ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।
📱 Get Argus News App
✨ଅନ୍ୟପଟେ ପାଣିପାଗ ବିଶେଷଣଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଘୁର୍ଣ୍ଣିବଳୟଟି ଅବପାତର ରୂପ ନେବା ପରେ ଭାରି ବର୍ଷାର ସମ୍ଭାବନା ରହିଛି। ହେଲେ କେତେ ପରିଣାମର ବର୍ଷା ହେବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଗତିପଥ ଅନୁସାରେ ରାଜ୍ୟରେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହେବ। ୧୬ ରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିବା ବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।ଏଥିସହ ସେପଟେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରହୁଛି।
ଏହାକୁ ନେଇ ଯଦିଓ ଶୀତ ଅଧିକ ନାହିଁ ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପାରଦ କମିଛି । ହେଲେ ଘୁର୍ଣ୍ଣିବଳୟ ପରେ ତାପମାତ୍ରା ସ୍ୱାଭାବିକ ଠାରୁ ବୃଦ୍ଧି ପାଇବ ବୋଲି ପାଣିପାଗ କହିଥିବା ବେଳେ ଆଗାମୀ ୭ ଦିନ ଯାଏ ଶୀତର କୌଣସି ସମ୍ଭାବନା ନାହିଁ। ଏପରିକି ତାପମାତ୍ରାର ବିଶେଷ କିଛି ପରିବର୍ତ୍ତନ ନାହିଁ ।
ଧାନ ଅମଳ ସମୟରେ ଏଭଳି ବର୍ଷା କୁ ନେଇ ଅମଳ ନଷ୍ଟ ହେବାର ସମ୍ଭାବନା ଥିବା ବେଳେ ସତର୍କତା ଅବଲମ୍ବନ ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଅମଳର ସଂରକ୍ଷଣ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର