Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବଢିଛି

Ritu Das
Browse all articles by Ritu Das
·2 years ago·2 min read
ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବଢିଛି

ଅର୍ଗସ ବ୍ୟୁରୋ: ମାଘରେ ବାଘ ଭଳି ଖରା। ଏଥର ବିଳମ୍ବରେ ଶୀତ ପଡ଼ିଥିଲା। ହେଲେ ଜଲ୍‌ଦି ଫେରିଛି ତାତି। ରାତିରେ କୁହୁଡି ପଡୁଛି। କିଛି କିଛି ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖ‌ିବାକୁ ମିଳୁଛି। ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ବଢିଛି। ଫ୍ୟାନ ନ ଲାଗିଲେ ଶୋଇ ହେଉନି। ସକାଳୁ ମାଡି ଆସୁଛି ଖରା। 

ସରିନି ଶୀତ ବଢିଲାଣି ତାତି, ଫେବୃଆରୀ ଆରମ୍ଭରୁ କଲବଲ କଲାଣି ଖରା।ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ ।ଉପକୂଳରୁ ଆଭ୍ୟନ୍ତର, ସବୁଠି ଆରମ୍ଭ ହୋଇଛି ଗରମ। କଲବଲ ହେଲେଣି ରାଜ୍ୟବାସୀ। ଦିନ ସମୟରେ ବାୟୁମଣ୍ଡଳରେ ଶୁଷ୍କ ରହୁଥିବା ବେଳେ ରାତିରେ ସମୁଦ୍ରରୁ ବାୟୁ ପ୍ରଭାବିତ ହେଉଛି l ଫଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି l ଫେବୃୟାରୀରେ ଆଗରୁ 40 ଡିଗ୍ରୀ ରେକର୍ଡ ରହିଛି । ଏହିପରି ତାପମାତ୍ରା ଆସନ୍ତା 3 ଦିନ ଯାଏଁ ଜାରି ରହିବ। ଆସନ୍ତା 9 ଓ 10 ତାରିଖରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି ।ତେବେ 10 ,11 ,12 ତାରିଖରେ  ଉତ୍ତର ଓଡ଼ିଶା ,ଦକ୍ଷିଣ ଅଭ୍ୟନ୍ତରୀଣ ଓଡିଶା କିଛି କିଛି ଜିଲ୍ଲା ଗୁଡିକରେ ବର୍ଷାର ସମ୍ଭାବନ ରହିଛି। 10ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡା, ମୟୁରଭଞ୍ଜ ହାଲୁକା ବର୍ଷାର ସମ୍ଭାବନା ରହିଥିବା ବେଳେ 11ରେ ବର୍ଷାର ପରିମାଣ ଟିକେ ବଢିବ l ଖାସ କରି ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ ବଲାଙ୍ଗୀର, ସୋନପୁର ବର୍ଷର ସମ୍ଭାବନା ରହିଛି l

 ସେପଟେ ପ୍ରଶାନ୍ତ ମହାସାଗରେ ଏଲନିନୋର ପ୍ରଭାବ ଯୋଗୁଁ ଶୁଷ୍ମ ବାୟୁ ପ୍ରବାହିତ । ତାପମାତ୍ରା ବଢୁଛି, ଏବେଠୁ ଗରମ ଅନୁଭୂତ ହେଉଛି । ତେବେ ମାଘ ମାସରେ ବା ଫେବ୍ରୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା ଓ ଗରମ ଅନୁଭୂତ ହେବା ଅସ୍ୱାଭାବିକ ବୋଲି କୁହାଯାଉଥିବା ବେଳେ ସ୍ଥାନୀୟ ଜଳବାୟୁରେ ପରିବର୍ତ୍ତନ ଏହାର କାରଣ ବୋଲି ମତ ରଖିଛନ୍ତି ପାଣିପାଗ ବିଶେଷଜ୍ଞ । ଗତକାଲି ରାଜ୍ୟର 13 ଟି ସହରରେ ସର୍ବାଧିକ ତାପମାତ୍ରା 33 ଡିଗ୍ରୀ ଉପରେ ରହିଥିଲା।ପାରଳାଖେମୁଣ୍ଡି, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା 35 ଡିଗ୍ରୀ ଛୁଇଁଛି । ସେହିପରି ଟିଟିଲାଗଡ଼, ମାଲକାନଗିରି ତାପମାତ୍ରା 34.5 ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱର ତାପମାତ୍ରା ବି 34 ପରେ ରହିଛି । ସେପଟେ ଆଗାମୀ ଦୁଇ ଦିନ କୁହୁଡି ପାଇଁ କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଆସନ୍ତା 11 ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଫେବୃଆରି ପ୍ରଥମ ସପ୍ତାହରେ ରାଜ୍ୟରେ ଏପରି ଖରା, ଗରମ ଅନୁଭୂତ ହେବ ତେବେ ବୈଶାଖ, ଜ୍ୟେଷ୍ଠରେ କେତେ ହେବ ବୋଲି ମନରେ ପ୍ରଶ୍ନ ଉଠିଲାଣି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Sponsored
Night temperatures | Argus News