୪ ଟି ବନ୍ଦରକୁ ୧ ନମ୍ବର ବିପଦ ସଂକେତ
·1 year ago

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ସିଧାସଳଖ ନଥିଲେ ମଧ୍ୟ କିଛି ସ୍ଥାନରେ ରହିବ ପ୍ରଭାବ । ସମସ୍ତ ୪ ଟି ବନ୍ଦରକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି । ଓଡ଼ିଶା ଉପକୂଳରେ ୨୫ ତାରିଖ ଅର୍ଥାତ ଆଜି ୪୦ ରୁ ୫୦ କିମି ବେଗରେ ପବନ ବହିବ । ୨୬ ତାରିଖ ସକାଳେ ପବନର ବେଗ ବୃଦ୍ଧି ପାଇବ । ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ପବନ ବହିବ ।
ସେପଟେ ୨୫ ତାରିଖରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବ । ୨୬ରେ ଭଦ୍ରକ ଓ ବାଲେଶ୍ବରରେ ଅତି ପ୍ରବଳ ବର୍ଷା ସହ ମୟୁରଭଂଜ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିବ । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ରହିବ ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: