Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଆଗାମୀ ୭ ଦିନ ପାଇଁ ନାହିଁ କୌଣସି ୱାର୍ଣ୍ଣିଂ , ଶୁଖିଲା ରହିବ ପାଗ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଗାମୀ ୭ ଦିନ ପାଇଁ ନାହିଁ କୌଣସି ୱାର୍ଣ୍ଣିଂ , ଶୁଖିଲା ରହିବ ପାଗ

ଅର୍ଗସ ବ୍ୟୁରୋ :  ଉତ୍ତର ଓ ପୂର୍ବ ଉତ୍ତର ଦିଗରୁ ପବନ ଶୁଷ୍କ ବାୟୁ ପାଇଁ ଉପକୂଳ ବାୟୁ ସାଙ୍ଗରେ ମିଶିବା ପରେ ବର୍ଷା ହେଉଛି। ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲା ରେ ଆଜି ବର୍ଷା ହୋଇଛି। କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ରେ ଘଡଘଡି ବିଜୁଳି ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରହିବ। ତା ସହ ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲା ରେ ବି ଗୋଟିଏରୁ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରହିବାରେ ସମ୍ଭାବନା ରହିଛି। 

ଅଧିକ ପଢନ୍ତୁ : ନଭେମ୍ବରରେ ପୁଣି ବାତ୍ୟା ! ପାଞ୍ଜିର ଆକଳନକୁ ନେଇ ବଢିଲା ଚର୍ଚ୍ଚା

୨ ତାରିଖ ରେ ବର୍ଷା ହେବାର ନାହିଁ। ମାଲକାନଗିରି ଏବଂ କୋରାପୁଟ ରେ ହାଲକା ବର୍ଷା ହୋଇପାରେ। 3, 4,5 ତାରିଖ ରେ ପାଗ ଶୁଖିଲା ରହିବ। ବର୍ଷା ହେବାର ନାହିଁ। 6 ତାରିଖ ରେ ଉପକୂଳ ଓଡିଶା ରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। 7 ତାରିଖ ରେ ମୟୁରଭଞ୍ଜ ଏବଂ କୋରାପୁଟ ରେ ବର୍ଷା ହୋଇପାରେ। ଆଗାମୀ ଦୁଇ ତିନିଦିନ ଗୁଳୁଗୁଳି ରହିବ।ଓଡିଶା କୁ ଶୀତ ଆସିବ। ବେଶୀ ଶୀତ ଅନୁଭୂତ ହେବ ନାହିଁ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No warning for next 7 days, dry weather | Argus News