|
logo
Live

Argus News - ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି

argusnews

ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି

Rashmita Mishra
Browse all articles by Rashmita Mishra
·1 year ago·1 min read
ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି

ଅର୍ଗସ ବ୍ୟୁରୋ: ଓଡ଼ିଶାକୁ ମୌସୁମୀ ଛୁଇଁଥିବା ବେଳେ ଜଳୁଛି ପଶ୍ଚିମ ଓଡ଼ିଶା। ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି କରୁଛି କଲବଲ। ୫ ଦିନ ଯାଏ ତାତିରୁ ନିସ୍ତାର ନଥିବା ବେଳେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗି ରହିବ। ୧୧ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଓ ଗଂଜାମ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୪୦ ରୁ ୪୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡା, ସମ୍ବଲପୁର ବୌଦ୍ଧ ଓ ନୂଆପଡା ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । 

ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଥିବା ବେଳେ ଦକ୍ଷିଣ ଓଡିଶାର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ କନ୍ଧମାଳ, ଗଜପତି, ବରଗଡ଼, ରାୟଗଡା, କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପର୍ଯ୍ୟାୟକ୍ରମେ ଓଡ଼ିଶାର ଅନ୍ୟ ଜିଲ୍ଲାକୁ ଅଗ୍ରସର ହେବ ମୌସୁମୀ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପଶ୍ଚିମରେ ପ୍ରଚଣ୍ଡ ତାତିକୁ ଉପକୂଳରେ ଗୁଳୁଗୁଳି | Argus News