ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ
·2 years ago·1 min read

ଅର୍ଗସ ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ। ହେଲେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୬ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାତିରୁ ମିଳିବନି ନିସ୍ତାର ବୋଲି ସୂଚନା ରହିଛି। ତେବେ କ୍ରମାଗତ ଭାବେ ୧୭ ଦିନ ଧରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଉ ରହିବନି ଭୀଷଣ ଗ୍ରୀଷ୍ମ ପ୍ରବାହର ସତର୍କତା। ସେପଟେ ୮ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।
ଆସନ୍ତା ୨୪ ଘଣ୍ଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ସମ୍ବଲପୁର, ସୋନପୁର, ନୂଆପଡା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡା, ଅନୁଗୁଳ, ଦେଓଗଡ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଦକ୍ଷିଣ ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: