ଲଗାଣ ବର୍ଷା ଯୋଗୁଁ ସମସ୍ୟାରେ ନୂଆପଡା ସହରବାସୀ
·1 year ago·1 min read

ନୂଆପଡା : ଲଗାଣ ବର୍ଷାରେ ଵେହାଲ ନୂଆପଡ଼ା ସହର ବାସି ।ନୂଆପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏବେ ସମସ୍ୟାରେ ସହର ବାସିନ୍ଦା ।ଲଗାତାର ବର୍ଷା ଯୋଗୁଁ ଘର ସମ୍ମୁଖରେ ତିନି ଫୁଟ ପାଣି ଜମି ରହିଛି ।ଏମିତି କି ଯିବା ଆସିବା ମଧ୍ୟ କରି ହେଉନାହି ।ଘର ଭିତରେ ପାଣି ପଶିବା ସହ ଘର ଅଗଣାରେ ପାଣି ଲହଡ଼ି ମାରୁଛି । ନୂଆପଡ଼ା ସହର ର ସତସଙ୍ଗ ବିହାର ନିକଟରେ ପାଞ୍ଚ ନମ୍ବର ୱାର୍ଡ ସମେତ ପତୋରା ଯିବା ରାସ୍ତାରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କ କଲେ SRC
ଅନେକ ଥର ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସହର ବାସିନ୍ଦା । ଆଗକୁ ପୁଣି ବର୍ଷା ହେବାର ସୂଚନା ଥିବାରୁ ଏବେ ସହର ବାସି ଚିନ୍ତାରେ ଅଛନ୍ତି ।ଯଥାଶୀଘ୍ର ସେହି ଅଞ୍ଚଳରୁ ପାଣି କୁ ନିଷ୍କାସିତ କରିବା ପାଇଁ ଦାବି କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: