ଦୂରସଞ୍ଚାର ବିଭାଗ ଜାରି କଲା ନୂଆ ନିର୍ଦ୍ଦେଶ
ଅର୍ଗସ ବ୍ୟୁରୋ : ସ୍ମାର୍ଟଫୋନ୍ ୟୁଜରଙ୍କ ପାଇଁ ବଡ଼ ଖବର । ଦୂରସଞ୍ଚାର ବିଭାଗ ଏବେ ଏକ ନୂଆ ନିର୍ଦ୍ଦେଶ ଜାରି କରିଛି । ଯାହାଦ୍ବାରା ସ୍ମାର୍ଟଫୋନ୍ ଉପଭୋକ୍ତା ଏଭଳି ସ୍କାମ୍ରୁ ସୁରକ୍ଷିତ ରହି ପାରିବେ । ଏହା ସହିତ କେତେକ ସ୍ମାର୍ଟଫୋନ୍ ଉପଭୋକ୍ତାଙ୍କୁ ଏହି ନୂତନ ଅପଡେଟ୍ ସେବା ନିରାଶ କରିବ ।
ଦୂରସଞ୍ଚାର ବିଭାଗ ପକ୍ଷରୁ ମୋବାଇଲ ଅପରେଟରଙ୍କୁ ୧୫ ଏପ୍ରିଲ୍ ଠାରୁ ୟୁଏସଏସଡି-ବେସଡ୍ କଲ୍ ଫରୱାର୍ଡିଂକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ଏହି ସେବା କେତେ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦୂରସଞ୍ଚାର ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ । ତେବେ ଏବେ ସ୍ମାର୍ଟଫୋନ୍ ୟୁଜର ନିଜ ମୋବାଇଲ୍ରେ କୋଡ୍ ଡାଏଲ କରି ଏହି ୟୁଏସଏସଡି ସର୍ଭିସ୍ ବ୍ୟବହାର କରିପାରିବେ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ଏହି ସର୍ଭିସ୍ର ବ୍ୟବହାର ସାଧାରଣତଃ ଆଇଏମଇଆଇ ନମ୍ବର ଏବଂ ମୋବାଇଲ୍ ଫୋନ୍ ବାଲାନ୍ସ ସମତେ ଅନ୍ୟ କେତେକ ତଥ୍ୟର ଯାଞ୍ଚ୍ ପାଇଁ କରା ଯାଇଥାଏ। କିନ୍ତୁ ଏହାର ବିଶେଷ ସର୍ଭିସ୍ ହେଉଛି କଲ୍ ଫରୱାର୍ଡିଂ। ଡଟ୍ ପକ୍ଷରୁ କୁହାଯାଇଛି ମୋବାଇଲ୍ ଦ୍ବାରା କରାଯାଉଥିବା ଠକେଇରେ ଲଗାମ୍ ଲଗାଇବା ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।
