|
logo
Live
Argus News App
GET APP

Argus News - ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ; ୭ ଜିଲ୍ଲାକୁ ସତର୍କ ସୂଚନା

argusnews

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ; ୭ ଜିଲ୍ଲାକୁ ସତର୍କ ସୂଚନା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ; ୭ ଜିଲ୍ଲାକୁ ସତର୍କ ସୂଚନା

ଅର୍ଗସ ବ୍ୟୁରୋ : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବାତ୍ୟାର ଆଶଙ୍କା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ଓ ତାର ପାର୍ଶ୍ବବର୍ତୀ ଅଂଚଳରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଲଘୁଚାପ ଟି  ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆଜି ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ । ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଇଲେ SRC ।

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା: ୨୯ରେ ନେବ ଅବପାତ ରୂପ

 ୧ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା କରାଯାଇଛି ।  ଓଡ଼ିଶା ପ୍ରତି ବିପଦ ନଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲା ପାଇଁ ସତର୍କତା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଆସନ୍ତା ୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ । ୨ ତାରିଖରେ ସମୁଦ୍ର ଅଧିକ ଅଶାନ୍ତ ହେବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ; ୭ ଜିଲ୍ଲାକୁ ସତର୍କ ସୂଚନା | Argus News