Videos
|
argusnews

ଆଜିଠୁ ବଢିବ ବର୍ଷାର ପରିମାଣ , ୯ ତାରିଖ ଯାଏଁ ପ୍ରବଳ ବର୍ଷା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆଜିଠୁ ବଢିବ ବର୍ଷାର ପରିମାଣ , ୯ ତାରିଖ ଯାଏଁ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ : ଟ୍ରାପଲାଇନ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ୯ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନାହିଁ ନିସ୍ତାର । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାଶ୍ବବର୍ତ୍ତି ବଙ୍ଗଳାଦେଶ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ବର୍ଷା ଲାଗି ରହିବ। ଏବଂ ଅଧିକ ଘନୀଭୂତ ହେବାର ସମ୍ଭାବନା ନଥିବା ବେଳେ ଆଜିଠୁ ବଢିବ ବର୍ଷା ପରିମାଣ। ବର୍ତ୍ତମାନ ସାରା ରାଜ୍ୟରେ ଜାରି ରହିଛି ବର୍ଷାର ପ୍ରଭାବ।

ଅଧିକ ପଢନ୍ତୁ : ସକ୍ରିୟ ରହିଛି ମୌସୁମୀ ଟ୍ରାପଲାଇନ

ଅନ୍ୟପଟେ ଲଗାତାର ବର୍ଷା ହେତୁ ବଢୁଛି ହୀରାକୁଦ ଜଳସ୍ତର । ସକାଳ ୬ ଟା ସୁଦ୍ଧା ୬୧୦.୧୭ ଫୁଟ ଜଳସ୍ତର । ମୋଟ ୧୪ ଟି ଗେଟରେ ଜଳ ନିଷ୍କାସନ ଜାରୀ । ହୀରାକୁଦ ଜଳଭଣ୍ତାର ସେକେଣ୍ତ ପ୍ରତି ୨ ଲକ୍ଷ ୭୪ ହଜାର ୮୪୯ କ୍ୟୁସେକ ଜଳ ପ୍ରବେଶ । ସେହିପରି ସେକେଣ୍ତ ପ୍ରତି ୨ ଲକ୍ଷ ୪୬ ହଜାର ୭୬୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The amount of rain will increase from today, heavy rain till 9th | Argus News