Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଶୀତରେ ଥରୁଛି ସାରା ଓଡ଼ିଶା

argusnews

ଶୀତରେ ଥରୁଛି ସାରା ଓଡ଼ିଶା

Ritu Das
Browse all articles by Ritu Das
·2 years ago·2 min read
ଶୀତରେ ଥରୁଛି ସାରା ଓଡ଼ିଶା

ଅର୍ଗସ ବ୍ୟୁରୋ: ଶୀତରେ ଥରୁଛି ସାରା ଓଡିଶା। ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ବା ପ୍ରକ୍ରିୟା ସକ୍ରିୟ ନଥିବା ବେଳେ ଆଗାମୀ ଦୁଇଦିନ ଯାଏ ଶୁଖିଲା ରହିବ ପାଗ। ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।  ତେଣୁ ଦୁଇଦିନ ପରେ ସ୍ୱାଭାବିକ ହେବ ରାତି ତାପମାତ୍ରା। ସେପଟେ ବଙ୍ଗୋପସାଗର ଓ ପାଶ୍ୱବର୍ତ୍ତୀ ଓଡ଼ିଶାରେ ଏକ ଗୁରୁଚାପ ବଳୟ ରହିଛି । ପ୍ରଭାବରେ ରାଜ୍ୟରେ ୨୪ ଘଣ୍ଟାରେ ଘନ କୁହୁଡ଼ିର ସମ୍ଭାବନା ରହିଥିବା ବେଳେ ଭୁବନେଶ୍ୱରରେ ପ୍ରବଳ ଘନ କୁହୁଡି ପାଇଁ ଆଲର୍ଟ କରାଯାଇଛି। 
ଭୁବନେଶ୍ୱର, କୋରାପୁଟ, ଢେଙ୍କାନାଳ, ରାଉଲକେଲା, କଟକ ଅନୁଗୁଳ କେନ୍ଦ୍ରାପଡାରେ ଏହି ୬ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଏହି ସବୁ ଜିଲ୍ଲା ଗୁଡିକରେ ୫୦ ମିଟରରୁ ୨୦୦ ମିଟର ଦୂରତା କୁହୁଡି ଦୃଶ୍ୟମାନ ହୋଇଛି। ସେହିପରି ଗୁରୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।  

ଆସନ୍ତାକାଲି ପାଇଁ ୧୫ ଜିଲ୍ଲାରେ ଘନ କୁହୁଡି ନେଇ  ହଳଦିଆ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର ,ଭଦ୍ରକ , ଯାଜପୁର, କେନ୍ଦ୍ରାପଡା ,  କଟକ, ଜଗତସିଂପୁର , କନ୍ଧମାଳ, କୋରାପୁଟ ,ରାୟଗଡା ଓ ମୟୁରଭଞ୍ଜ।  ସେହିପରି ଆସନ୍ତାକାଲି ଘନ କୁହୁଡ଼ିକୁ ନେଇ ୧୭  ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ  ବିଭାଗ। ସେପଟେ ଆସନ୍ତା ଦୁଇଦିନ ପରେ ରାଜ୍ୟରେ  ପଶ୍ଚିମା ଝଡର ପ୍ରବାହିତ ହେବାର  ଆକଳନ କରିଛି ପାଣିପାଗ ବିଭାଗ । ପ୍ରଭାବରେ  ରାଜ୍ୟ ମଧ୍ୟକୁ  ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରିବ । ଯାହା ଫଳରେ ୧ ଓ ୨ ତାରିଖ ରୁ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଆଭ୍ୟାନ୍ତରଣ ଓ ଉତ୍ତର ଓଡ଼ିଶାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The entire | Argus News