Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରତ୍ନଭଣ୍ଡାର ମରାମତି ନେଇ ରାଜ୍ୟ ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବ ପରିଚାଳନା କମିଟି 

argusnews

ରତ୍ନଭଣ୍ଡାର ମରାମତି ନେଇ ରାଜ୍ୟ ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବ ପରିଚାଳନା କମିଟି 

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରତ୍ନଭଣ୍ଡାର ମରାମତି ନେଇ ରାଜ୍ୟ ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବ ପରିଚାଳନା କମିଟି 

Key Points

  • ରତ୍ନଭଣ୍ଡାର ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
  •  ପ୍ରଥମେ ଭିତର ରତ୍ନଭଣ୍ଡାରରୁ ସ୍ଥାନାନ୍ତର ହେବ ଖାଲିଥିବା ଆଲମିରା ଓ ସିନ୍ଧୁକ 
  •  ମରାମତି ନେଇ ରାଜ୍ୟ ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବ ପରିଚାଳନା କମିଟି 
  •  ତା ପରେ ASI ଆରମ୍ଭ କରିବ ରତ୍ନଭଣ୍ଡାର ମରାମତି  

ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରତ୍ନଭଣ୍ଡାରର ମରାମତି ଓ ଲେଜର ସ୍କାନିଂ କିଭଳି କରାଯାଇପାରିବ ସେନେଇ ବୈଠକରେ ହୋଇଛି ସବିଶେଷ ଆଲୋଚନା। ମରାମତିରେ ଉପଯୋଗ ହୋଇପାରେ ଅତ୍ୟାଧୁନିକ ଜ୍ଞାନକୌଶଳ। ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପୂର୍ବରୁ ରତ୍ନଭଣ୍ଡାର ଭିତରେ ଖାଲି ଥିବା ସବୁ ସିନ୍ଧୁକ ଓ ଆଲମିରାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ବୋଲି ତଦାରଖ କମିଟିର ଅଧ୍ୟକ୍ଷ କହିଛନ୍ତି ।

ଅଧିକ ପଢନ୍ତୁ : "ଓରଜିନାଲ୍ ରତ୍ନଭଣ୍ଡାର ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ତତ୍କାଳୀନ ଜିଲ୍ଲାପାଳ"- ଜଗନ୍ନାଥ ସ୍ୱାଇଁ ମହାପାତ୍ର

ମରାମତି ପୂର୍ବରୁ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ଭିତରେ ଅତ୍ୟାଧୁନିକ ପଦ୍ଧତିରେ ଯାଞ୍ଚ କରାଯିବ। ଏନେଇ ସରକାର ଏସଓପିରେ ସଂଶୋଧନ କରିବା ପାଇଁ ପରିଚାଳନା କମିଟିକୁ ପ୍ରସ୍ତାବ ଦିଆଯିବ। ପରିଚାଳନା କମିଟି ନିଷ୍ପତ୍ତି ନେବ,  ସରକାରଙ୍କୁ ଅବଗତ କରିବା ପରେ ଏସଓପି ଅନୁଯାୟୀ ସବୁ କାମ ହେବ। ମରାମତି କାମ କେବେ ହେବ ପରିଚାଳନା କମିଟି ନିଷ୍ପତ୍ତି ନେବ। 
ରତ୍ନଭଣ୍ଡାର ମରାମତିର ଭାବ୍ୟଭବିଷ୍ୟତ ଏବେ ପରିଚାଳନା କମିଟି ହାତରେ । ମରାମତି ପାଇଁ ପରିଚାଳନା କମିଟି ବୈଠକରେ କଣ ଏସଓପି ବାହାରୁଛି, କେଉଁ ତାରିଖ ଓ କେତେବେଳେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କରାଯିବ ସେନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା । ଏହି ସମୟରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ମଧ୍ୟ କମିଟି ଗୁରୁତ୍ବ ଦେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The management committee will give a final report to the state government on the renovation of the gem | Argus News