ରାଜ୍ୟରେ ବଢ଼ୁଛି ଶୀତର ପ୍ରକୋପ: 10 ଡିଗ୍ରି ତଳେ ବିଭିନ୍ନ ସହରର ତାପମାତ୍ରା
·2 years ago·1 min read

ଅର୍ଗସ ବ୍ୟୁରୋ: ରାଜ୍ୟରେ ବଢ଼ୁଛି ଶୀତର ପ୍ରକୋପ । 10 ଡିଗ୍ରି ତଳେ ବିଭିନ୍ନ ସହରର ତାପମାତ୍ରା। ଜି. ଉଦୟଗିରି, କେନ୍ଦୁଝର ସଵୁଠୁ ଥଣ୍ଡା । ସକାଳୁ ସକାଳୁ ଜନ ଜୀବନ ଅସ୍ତବ୍ୟସ୍ତ । ଆଗାମୀ 2 ଦିନ 7 ଜିଲ୍ଲାରେ କୁହୁଡ଼ି । ଆସନ୍ତା 5 ଦିନ ରାତିର ତାପମାତ୍ରାରେ ନାହିଁ ପରିବର୍ତ୍ତନ । ବୁଧବାର ରାଜଧାନୀ ଭୁବନେଶ୍ବରରରେ ୧୫.୦୦ ଡିଗ୍ରୀ ଓ କଟକରେ ୧୪. ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ସ୍ଵାଭାବିକ ଠାରୁ ଦୁଇ ସହରରେ ତାପମାତ୍ରା ୧.୪ ଡିଗ୍ରୀ କମ୍ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭବ ହେବ । ସ୍ବାଭାବିକ ଠାରୁ ସାମାନ୍ୟ ତାପମାତ୍ର ହ୍ରାସ ପାଇବ । ବର୍ତମାନ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରଭାବିତ ହେଉଛି, ଏହାରି ପ୍ରଭାବରେ ରାତି ତାପମାତ୍ର ସାମାନ୍ୟ ହ୍ରାସ ପାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: