Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୁଇଦିନ ମଧ୍ୟରେ ରାଜ୍ୟରେ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା

argusnews

ଦୁଇଦିନ ମଧ୍ୟରେ ରାଜ୍ୟରେ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା

Ritu Das
Browse all articles by Ritu Das
·2 years ago
ଦୁଇଦିନ ମଧ୍ୟରେ ରାଜ୍ୟରେ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବା ସମ୍ଭାବନା

ଅର୍ଗସ ବ୍ୟୁରୋ: ଶୀତରେ ଥରୁଛି ସାରା ଓଡିଶା। ଆଗାମୀ ଦୁଇଦିନ ଯାଏ ଶୁଖିଲା ରହିବ ପାଗ। ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ ୨ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।  

ତେଣୁ ଦୁଇଦିନ ପରେ ସ୍ବାଭାବିକ ହେବ ରାତି ତାପମାତ୍ରା। ସେପଟେ ବଙ୍ଗୋପସାଗର ଓ ପାଶ୍ବବର୍ତ୍ତୀ ଓଡ଼ିଶାରେ ଏକ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ୨୪ ଘଂଟାରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଭୁବନେଶ୍ବର, କୋରାପୁଟ, ଢେଙ୍କାନାଳ ରାଉଲକେଲା, କଟକ, ଅନୁଗୁଳ, କେନ୍ଦ୍ରାପଡା ଏହି ୬ ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ଏହି ସବୁ ଜିଲ୍ଲା ଗୁଡିକରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The temperature is likely | Argus News