Videos
|
argusnews

ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ନିୟାମକ ସକ୍ରିୟ ନାହିଁ

Ritu Das
Browse all articles by Ritu Das
·1 year ago·1 min read
ବର୍ତ୍ତମାନ ରାଜ୍ୟ ଉପରେ କୌଣସି  ନିର୍ଦ୍ଦିଷ୍ଟ ପାଣିପାଗର ନିୟାମକ ସକ୍ରିୟ ନାହିଁ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ରାଜ୍ୟ ଉପରେ କୌଣସି  ନିର୍ଦ୍ଦିଷ୍ଟ ପାଣିପାଗର ନିୟାମକ ସକ୍ରିୟ ନାହିଁ। ଫଳରେ ପାଗ ଶୁଖିଲା  ରହିବା  ସହ  ବାୟୁମଣ୍ଡଳରେ ମାତ୍ରାଧିକ ଆର୍ଦ୍ରତା ପାଇଁ  କାଁଭାଁ ସ୍ଥାନରେ ବର୍ଷା ହେବାର  ସମ୍ଭାବନା ରହିଛି  ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା  ୨୪ ଘଣ୍ଟାରେ  ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ  ପାଗ ଶୁଖିଲା ରହିବା ସହ  କିଛି କିଛି  ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। 

ବିଶେଷକରି  ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ।  ବିଜୁଳି ଘଡଘଡି ବର୍ଷାକୁ  ନେଇ  କୋରାପୁଟ,  ରାୟଗଡା, କଳାହାଣ୍ଡି ,ନବରଙ୍ଗପୁର , କନ୍ଧମାଳ, ନୂଆପଡା,  ବଲାଙ୍ଗୀର,  କଟକ, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଜଗତସିଂପୁର ଭଦ୍ରକ ଓ ବାଲେଶ୍ୱର  ପାଇଁ ୟେଲୋ ଓ୍ବାର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ । ଆସନ୍ତାକାଲି ଠାରୁ  କୌଣସି  ସତର୍କ ସୂଚନା  ନ ଥିବା  ବେଳେ ୪ ଦିନ ଯାଏ  ରାଜ୍ୟରେ  ପାଗ ଶୁଖିଲା ସହ କାଁଭାଁ ବର୍ଷା  ହୋଇପାରେ  ବୋଲି ବିଭାଗ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଦୀପାବଳି  ମଧ୍ୟ ଶୁଖିଲା ପାଗ ସହ  କଟିବ ବୋଲି  କହିଛି  ବିଭାଗ। ଗତ ୨୪ ଘଣ୍ଟାରେ  କାଁଭାଁ ସ୍ଥାନରେ ଭଲ ବର୍ଷା  ହୋଇଥିବା  ବେଳେ ଅନୁଗୁଳ ବଅଁପାଲରେ ସର୍ବାଧିକ ବର୍ଷା ୧୦୫.୪ ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There is currently | Argus News