Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚଳିତବର୍ଷ ତାତିର ସବୁ ରେକର୍ଡ ଭାଙ୍ଗିବ

argusnews

ଚଳିତବର୍ଷ ତାତିର ସବୁ ରେକର୍ଡ ଭାଙ୍ଗିବ

Ritu Das
Browse all articles by Ritu Das
·2 years ago·1 min read
ଚଳିତବର୍ଷ ତାତିର ସବୁ ରେକର୍ଡ ଭାଙ୍ଗିବ

ଅର୍ଗସ ବ୍ୟୁରୋ: ଚଳିତବର୍ଷ ରେକର୍ଡ ଭାଙ୍ଗିବ ତାତି । ଏପରି ଏକ ସତର୍କବାଣୀ ଦେଇଛନ୍ତି ବୈଜ୍ଞାନିକ । ସେମାନଙ୍କ ତଥ୍ୟ ଅନୁଯାୟୀ ଗତବର୍ଷର ତାତି ୧ଲକ୍ଷ ବର୍ଷର ରେକର୍ଡ ଭାଙ୍ଗିଥିବାବେଳେ ଚଳିତବର୍ଷର ରୌଦ୍ରତାପ ବିଗତ ବର୍ଷର ସବୁ ରେକର୍ଡକୁ ଭାଙ୍ଗିଦେବ ବୋଲି ଆକଳନ କରାଯାଇଛି।
ଘନ କଂକ୍ରିଟ ଜଙ୍ଗଲ, ଜୈବ ଇନ୍ଧନ ଦ୍ୱାରା ଗାଡ଼ି ଚଳାଚଳ, ବୃକ୍ଷଲତା ଇତ୍ୟାଦିରେ ଘନଧୂଳି ଆସ୍ତରଣ ଏବଂ ବାୟୁମଣ୍ଡଳରେ ଅଙ୍ଗାରମାତ୍ରା ବୃଦ୍ଧି ସହ ତାପମାତ୍ରାରେ ବୃଦ୍ଧି ଘଟିବ ।

ଅନ୍ୟପକ୍ଷରେ ଚଳିତବର୍ଷ ଏଲନିନୋର ପ୍ରଭାବ ଅଧିକ ରହିବାକୁ ଥିବାବେଳେ ପବନ ଚଳାଚଳ କ୍ଷେତ୍ରରେ ଏହା ପ୍ରତିବନ୍ଧକ ସୃଷ୍ଟି କରିବ । ଫଳରେ ଝାଞ୍ଜି ପବନ ଓ ପ୍ରଚଣ୍ଡ ଖରା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି । ଆଗକୁ ରାତିର ତାପମାତ୍ରାରେ ଯଥେଷ୍ଟ ବୃଦ୍ଧି ଘଟିବ। ୨୦୨୪ ସବୁ ରେକର୍ଡ ଭାଙ୍ଗିବ। ଆଉ ଏହା ସତ। ଆମେରିକା ବୈଜ୍ଞାନିକ ଗେଭିନ ସେମିଟ କହିଛନ୍ତି ଏଲନିନୋ ଯୋଗୁ ପରିବେଶ ପ୍ରଭାବିତ ହେଉଛି। ସେଥିପାଇଁ ଚଳିତବର୍ଷ ୫୦ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଛୁଇଁବ ବୋଲି ଆକଳନ କରାଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This year will break | Argus News