Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

ଦୁଇ ଦିନ ପରେ ୨୦ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଆଲର୍ଟ

Ritu Das
Browse all articles by Ritu Das
·2 years ago·1 min read
ଦୁଇ ଦିନ ପରେ ୨୦ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଆଲର୍ଟ

ଅର୍ଗସ ବ୍ୟୁରୋ: ଆଗକୁ ଜଳିବ ସାରା ଓଡିଶା। ଦୁଇ ଦିନ ପରେ ୨୦ଟି ଜିଲ୍ଲାରେ ହିଟ୍ ଓ୍ବେଭ୍ ଆଶଙ୍କା। ଆଜି ପାଇଁ ୧୩ଟି ଜିଲ୍ଲାରେ ବହିବ ତତଲା ପବନ।
 ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବରରେ ପାରଦ ୪୦ ଟପିଲା। ଖରାରେ ସିଝୁଛି ଓଡ଼ିଶା। ଆଗାମୀ 5 ଦିନ ମଧ୍ୟରେ ଦିନ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ରୁ  ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ତେଣୁ ପ୍ରବଳ ଖରାରେ କାମ ନ କରିବାକୁ କଡ଼ା ଭାବେ ବାରଣ କରାଯାଇଛି। ଏ ନେଇ ସବୁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ ନ କରିବାକୁ କୁହାଯାଇଛି । ନିର୍ଦ୍ଦେଶ ଅବମାନନା ହେଲେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ । ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ଡିଗ୍ରୀ ଯାଏ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Two days later | Argus News