Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
argusnews

କାଳବୈଶାଖୀ ପ୍ରଭାବରୁ ବଦଳିଲା ପାଗ, ପୁଣି ବର୍ଷା ହେବା ଆଶଙ୍କା

Swayangprajna Mishra
Browse all articles by Swayangprajna Mishra
·2 years ago
କାଳବୈଶାଖୀ ପ୍ରଭାବରୁ ବଦଳିଲା ପାଗ, ପୁଣି ବର୍ଷା ହେବା ଆଶଙ୍କା

ଅର୍ଗସ ବ୍ୟୁରୋ : କାଳବୈଶାଖୀର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ଘଡ଼ଘଡ଼ି ହେବା ନେଇ ପୂର୍ବାନୁମାନ ଜାରି କରିଛି। ନବରଙ୍ଗପୁର, ଗଜପତି, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର,  କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି।

ଅଧିକ ପଢନ୍ତୁ : ବଦଳିଲା ପାଣିପାଗ, ଅଗ୍ନିବର୍ଷା ପରେ କୋହଲା ପାଗ

ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ୩୦-୪୦ କିମି ବେଗରେ ବହିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ତେଣୁ ରାଜ୍ୟରେ ତାପମାତ୍ରା ଆଉ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weather change due to nor wester | Argus News