Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା ୨୪ ଘଣ୍ଟା ବର୍ଷାରୁ ନାହିଁ ନିସ୍ତାର, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

argusnews

ଆସନ୍ତା ୨୪ ଘଣ୍ଟା ବର୍ଷାରୁ ନାହିଁ ନିସ୍ତାର, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଆସନ୍ତା ୨୪ ଘଣ୍ଟା ବର୍ଷାରୁ ନାହିଁ ନିସ୍ତାର, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଅର୍ଗସ ବ୍ୟୁରୋ : ବର୍ଷାରୁ ନାହିଁ ନିସ୍ତାର । ଟ୍ବିନ ସିଟି ସମେତ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସକ୍ରିୟ ରହିଛି  । ଆଗାମୀ ୧୨ ଘଣ୍ଟାରେ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି । ଏହାସହ  ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି । ସମୁଦ୍ର ମଧ୍ୟରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ଅଶାନ୍ତ ରହିବ ସମୁଦ୍ର । ଆଗାମୀ ଦୁଇ ଦିନ ଯାଏ ମତ୍ସ୍ୟଜିବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି।ସେହିପରି ପ୍ରବଳ ବର୍ଷା ପାଇଁ କନ୍ଧମାଳ, ନୟାଗଡ  ,ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ,  ସୋନପୁର, ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। 

ଅଧିକ ପଢନ୍ତୁ : ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ: ଆହୁରି ୨୪ ଘଣ୍ଟା ବର୍ଷିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅଧିକାଂଶ ସ୍ଥାନରେ ହେବ। ୨୨ ରେ ବି ଅଧିକାଂଶ ସ୍ଥାନରେ ରହିବ। ୨୪ ତାରିଖ ଯାଏଁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷା ହେବ। ୨୪ ଘଣ୍ଟା ପରେ କମିବ। କିନ୍ତୁ ୨୩ ପରେ ପୁଣି ମାଲକାନଗିରି ଜିଲ୍ଲାରେ ବଢିବ ବର୍ଷା। ଏଣୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ବନ୍ୟା  ଓ ଭୂସ୍ଖଳନ ର ସମ୍ଭାବନାକୁ ନେଇ ସତର୍କ ରହିବାକୁ ସୂଚନା ଦେଇଛି ପାଣିପାଗ ବିଭାଗ

Sponsored
Yellow warning for 7 districts due to no rain in the next 24 hours | Argus News