Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜେଲ୍ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି , ଜେଲରେ କଏଦୀଙ୍କୁ ମିଳିବ କମ୍ ସଜ୍ଜା

Odisha

ଜେଲ୍ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି , ଜେଲରେ କଏଦୀଙ୍କୁ ମିଳିବ କମ୍ ସଜ୍ଜା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଜେଲ୍ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି , ଜେଲରେ କଏଦୀଙ୍କୁ ମିଳିବ କମ୍ ସଜ୍ଜା

ଅର୍ଗସ ବ୍ୟୁରୋ : କୋହଳ ହେବ କଏଦୀଙ୍କ ସଜା। ଜେଲ୍‌ ପ୍ରତିଷ୍ଠା ଦିବସ ଅବସରରେ ଦୃଷ୍ଟିକୁ ରଖି ଜେଲ୍‌ ବିଭାଗ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍‌ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବାକୁ ଯାଉଛି। ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହି  କଏଦୀମାନଙ୍କ ସଜା କୋହଳ କରାଯିବ। ଫଳରେ ସେମାନେ ଧାର୍ଯ୍ୟ ଜେଲ୍‌ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ। ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ଜେଲ୍‌ ମାନୁଆଲ୍‌ ରୁଲ୍‌ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ୍‌ ଡିଜିଙ୍କର ରହିଛି।

ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ର‌ରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ। ସେହିପରି ଜେଲ୍‌ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ। ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯିବ। ଜେଲ୍‌ ଡିଜି ଅରୁଣ ରାୟଙ୍କ ସୂଚନା ମୁତାବକ ଏଥର ୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତାବର୍ଷ ୨୦୨୫ ଏପ୍ରିଲ୍‌ରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି  କଏଦୀଙ୍କ ସଜା କୋହଳ କରାଯିବ। ଜେଲ୍‌ ସଂସ୍କାର କାର୍ଯ୍ୟକ୍ରମର ଏହା ଏକ ବଡ଼ କାମ। ଏହାଦ୍ବାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସମ୍ଭାବନା ରହିଛି। ଫଳରେ ସେମାନେ ପୁଣି ଥରେ ସାମାଜିକ ସ୍ରୋତକୁ ଫେରିବା ଆଶା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A big decision by the prison department , prisoners will give less punishment | Argus News