କୁହାଯାଉଛି ଯେ, ଆଦିତି ଏବଂ ସିଦ୍ଧାର୍ଥ ସେମାନଙ୍କର ପାରମ୍ପାରିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ତାମିଲନାଡୁର ପୁରୋହିତମାନଙ୍କୁ ସେମାନଙ୍କ ବିବାହ ପାଇଁ ଡକାଯାଇଥିଲା, ଯେଉଁଠାରେ ଉଭୟେ ବିବାହ କରିଥିଲେ।
ତେବେ ଦେଖିବାକୁ ଗଲେ ଉଭୟ ଆଦିତି ଓ ସିଦ୍ଧାର୍ଥ ପୂର୍ବରୁ ବିବାହିତ ଥିଲେ। ଏହା ସେମାନଙ୍କ ଦ୍ବିତୀୟ ବିବାହ। ଆଦିତି ଏହା ପୂର୍ବରୁ ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ। ହେଲେ ପରେ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା। ସେହିଭଳି ସିଦ୍ଧାର୍ଥ ମେଘନା ନାରାୟଣଙ୍କୁ ୨୦୦୩ରେ ବିବାହ କରିଥିଲେ। ହେଲେ ୨୦୦୭ରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ।
ଦୁହେଁ ଏପର୍ଯ୍ୟନ୍ତ ବିବାହ କରିଥିବା ନେଇ କୌଣସି ଅଧିକାରୀକ ଘୋଷଣା କରିନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର