Videos
|
Entertainment

ଖାଲି ଫିଲ୍ମ ନୁହେଁ ଦାନ ଧର୍ମ କରିବାରେ ମଧ୍ୟ ଅକ୍ଷୟ ଆଗରେ

Ritu Das
Browse all articles by Ritu Das
·2 years ago·2 min read
ଖାଲି ଫିଲ୍ମ ନୁହେଁ ଦାନ ଧର୍ମ କରିବାରେ ମଧ୍ୟ ଅକ୍ଷୟ ଆଗରେ

ଅର୍ଗସ ବ୍ୟୁରୋ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାରଙ୍କର ଫ୍ୟାନ ଫଲୋଇଙ୍ଗ ଅଧିକ। କିଛି ନା କିଛି ଏଭଳି କାମ କରି ସବୁବେଳେ ଫ୍ୟାନମାନଙ୍କ ହୃଦୟ କିଣି ନିଅନ୍ତି। ତେବେ ବଲିଉଡର ଖିଲାଡି କିଙ୍ଗ ଏବଂ ତାଙ୍କ ପତ୍ନୀ ଟ୍ବିଙ୍କଲ ଖନ୍ନା ଇନଷ୍ଟାରେ ସବୁବେଳେ ଆକ୍ଟିଭ ଥାଆନ୍ତି। ଖାଲି ମନ୍ଦିର, ମସଜିଦ ନୁହେଁ ଗରିବଙ୍କୁ ସହାୟତା କରିବା ସହ ଦେଶରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଲେ ସହାୟତାର ହାତ ସବୁବେଳେ ବଢ଼ାଇଥାନ୍ତି ଅକ୍ଷୟ କୁମାର। 

ତେବେ ଫିଲ୍ମ ଛଡ଼ା କୌଣସି ବିବାଦରେ ଅକ୍ଷୟ କେବେ ପଡ଼ନ୍ତି ନାହିଁ। ଏବଂ ନିଜ ପରିବାରକୁ ସବୁବେଳେ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏକ ହେଲଦି ଲାଇଫ ଷ୍ଟାଇଲ ମେଣ୍ଟେନ କରନ୍ତି। ଆଜି ଅକ୍ଷୟ କୁମାରଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଛି। କାରଣ ମସଜିଦ ନବୀକରଣରେ ଅକ୍ଷୟ ଦାନ କରିଛନ୍ତି କୋଟିଏ ଟଙ୍କା। 
ବଲିଉଡ ଅଭିନେତା ଅକ୍ଷୟ କୁମାର ଦାନ ଧର୍ମ କରିବା ପାଇଁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଅନେକ ସମୟରେ ସେ କୋଟି କୋଟି ଟଙ୍କା ଦାନ କରୁଥିବା ମଧ୍ୟ ସମସ୍ତେ ଜାଣିଛନ୍ତି। କିଛି ମାସ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅକ୍ଷୟ କୁମାର ୩କୋଟି ଟଙ୍କା ଦାନ କରିଥିଲେ। ବର୍ତ୍ତମାନ ଅକ୍ଷୟ ମୁମ୍ବାଇର ହାଜୀ ଅଲୀ ଦରଗାହର ନବୀକରଣ ପାଇଁ ୧କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

ଏବେ ଅକ୍ଷୟ କୁମାର ତାଙ୍କ ଆଗାମୀ  ଫିଲ୍ମ `ଖେଲ ଖେଲ ମେଁ'ର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ର ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ହାଜୀ ଅଲୀ ଦରଗାହକୁ ପ୍ରାର୍ଥନା କରିବା ପାଇଁ ପହଞ୍ଚିଥିଲେ। ତାଙ୍କ ଫିଲ୍ମର ସଫଳତା ପାଇଁ ସେ ପ୍ରାର୍ଥନା କରିବାକୁ ଯାଇଥିବା କୁହାଯାଉଛି। 

ପ୍ରାର୍ଥନା ପାଇଁ ଯାଇଥିବା ବେଳେ ଦରଗାହର ନବୀକରଣ ପାଇଁ ଅକ୍ଷୟ ୧.୨୧ କୋଟି ଟଙ୍କା ଦାନ କରିଥିବା ଜଣାଯାଇଛି। ଦରଗାହରେ ପ୍ରାର୍ଥନା କରୁଥିବା ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅକ୍ଷୟଙ୍କର ଏପରି କାର୍ଯ୍ୟକୁ ଫ୍ୟାନମାନେ ଲାଇକ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

Akshay is also ahead | Argus News