ଅଗଷ୍ଟ ୯ ଥିଲା ଆମୀର ଖାନଙ୍କ ପରିବାର ପାଇଁ ଏକ ବିଶେଷ ଦିନ

ଅର୍ଗସ ବ୍ୟୁରୋ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ ବଲିଉଡରୁ ରିଯାୟାରମେଣ୍ଟ ନେଲେ। କହିଲେ ମୁଁ ବୁଢ଼ା ହୋଇଗଲିଣି। ଆଉ କେତେ କାମ କରିବି। ନୂଆ କଳାକାରଙ୍କ ମଧ୍ୟରୁ ଇଣ୍ଡଷ୍ଟ୍ରିକୁ ଆଉ ଏକ ଆମୀର ଖାନ ଦେବି। ଆମୀର ଖାନଙ୍କ ନାଁ ଆସିଲେ ତାଙ୍କର ସବୁ ମୁଭି ମନେ ପଡ଼ିଯାଉଛି। ବଲିଉଡରେ ସେ ହେଉଛନ୍ତି ଜଣେ ଦମଦାର ଅଭିନେତା। ସବୁ ମୁଭିରେ ଥାଏ ତାଙ୍କର ଜବରଦସ୍ତ ପ୍ରଦର୍ଶନ। ଜୋ ଜିତା ଓ୍ବହି ସିକନ୍ଦର, କୟାମତ ସେ କୟାମତ ତକ, ରାଜା ହିନ୍ଦୁସ୍ତାନୀ, ସରଫରୋସ, ତାରେଁ ଜମିନ ପର, three ediots ଭଳି ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସବୁ ଫିଲ୍ମରେ ଆମୀରଙ୍କ ଉଚ୍ଚକୋଟୀର ଅଭିନୟକୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି।
ଅଗଷ୍ଟ ୯ ଆମୀର ଏବଂ ତାଙ୍କ ପରିବାର ପାଇଁ ଏକ ବିଶେଷ ଦିନ ଥିଲା। କାରଣ ଆମୀରଙ୍କ ଦ୍ବାରା ନିର୍ମିତ ଲାପତା ଲେଡିଜ ଚଳଚ୍ଚିତ୍ର ସୁପ୍ରିମକୋର୍ଟରେ ପ୍ରଦର୍ଶିତ ହୋଇଥିଲା। ଏହି ସମୟରେ ଆମୀର ଏବଂ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ଭାରତର ପ୍ରଧାନ ବିଚାରପତି ଡି.ଇ ଚନ୍ଦ୍ରଚୁଡଙ୍କ ସହ କଥା ହୋଇଥିଲେ। ଫିଲ୍ମର ସ୍କ୍ରିନିଂ କରାଯାଇଥିଲା କାରଣ ଏହା ଜେଣ୍ଡର ସେସିଟାଇଜେଶନ ପ୍ରୋଗ୍ରାମର ଏକ ଅଂଶ ଥିଲା। ସର୍ବୋଚ୍ଚ ଅଦାଲତର ବହୁ ବିଚାରପତି ଏଥିରେ ଭାଗ ନେଇଥିଲେ।
ଆମୀରଙ୍କ ବିଷୟରେ କୁହାଯାଏ ଯେ ସେ ଲୋକଙ୍କୁ କେବଳ ସେହି ଫିଲ୍ମ ଦେଖାନ୍ତି ଯେଉଁଥିରେ ସମାଜକୁ କିଛି ଭଲ ବାର୍ତ୍ତା ଲୁଚି ରହିଥିବ। ଆମୀର କହିଛନ୍ତି ମୁଁ ନୂଆ ସ୍ବର ଏବଂ କାହାଣୀକୁ ସୁଯୋଗ ଦେବାକୁ ଚାହେଁ। ପ୍ରଡକ୍ସନ ସହାୟତାରେ ମୁଁ ନୂତନ ଲେଖକ, ନିର୍ଦ୍ଦେଶକ ଏବଂ ସମସ୍ତ ନୂଆ କଳାକାରଙ୍କୁ ସ୍କୋପ ଦେବାକୁ ଚାହେଁ। ଯେଉଁମାନେ ଏହି ସମଗ୍ର ପ୍ରକ୍ରିୟାର ଅଂଶ ଅଟନ୍ତି। ଲାପତା ଲେଡିଜ ହେଉଛି ମୋର ପ୍ରଥମ ଷ୍ଟେପ।
ଏହିପରି ଅଧିକ ଫିଲ୍ମ ନିର୍ମାଣ ହେବା ଉଚିତ ଆଉ ଲୋକ ଦେଖିବା ଉଚିତ। କହିବାକୁ ଗଲେ OTT ପ୍ଲାଟଫର୍ମରେ ଲାପତା ଲେଡିଜ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ଦର୍ଶକଙ୍କଠାରୁ ବହୁତ ଭଲ ପାଇବା ପାଇଥିଲା। ଫିଲ୍ମରେ ଖାଲି ନ୍ୟୁଡ ସିନ ଥିଲେ ଲୋକେ ଫିଲ୍ମକୁ ପସନ୍ଦ କରିବେ ତା'ନୁହେଁ। ଏହି କମ ବଜେଟର ଫିଲ୍ମ ମୁଁ ନିର୍ମାଣ କରିଥିଲି। ଆଉ ଏହି ଫିଲ୍ମ ସମସ୍ତଙ୍କ ମୁହଁକୁ ବନ୍ଦ କରିଥିଲା। ଦର୍ଶକ ଭଲ ଷ୍ଟୋରୀ ଖୋଜୁଛନ୍ତି ଆଉ ଦର୍ଶକଙ୍କୁ ମୁଁ ଗୋଟିଏ ପ୍ରତିଶ୍ରୁତି ଦେବି ଯେ, ଆପଣଙ୍କୁ ମୁଁ ନିରାଶ ହେବାକୁ ଦେବିନି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର