ଘର
ମନୋରଞ୍ଜନ
ପୁଷ୍ପା-୨’ ରିଲିଜ ପୂର୍ବରୁ ଓପ୍ନିଙ୍ଗ ଡେ’ରେ ରୋଜଗାର କଲା ୩୦ କୋଟି
ପୁଷ୍ପା-୨’ ରିଲିଜ ପୂର୍ବରୁ ଓପ୍ନିଙ୍ଗ ଡେ’ରେ ରୋଜଗାର କଲା ୩୦ କୋଟି
by Ritu Das
ଅର୍ଗସ ବ୍ୟୁରୋ: ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଯୋଡ଼ି ପୁଣିଥରେ ଧମାଲ କରିବାକୁ ଯାଉଛି। ପୁଷ୍ପା-୨ ରିଲିଜ ହେବାକୁ ସଂପୂର୍ଣ୍ଣ ପ୍ରସ୍ତୁତି ସରିଛି । ଏହି ଫିଲ୍ମ ୫ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହି ଆଡଭାନ୍ସ ବୁକିଂ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିଛି । ପୁଷ୍ପା ୨କୁ ରିଲିଜ ହେବାରେ ବର୍ତ୍ତମାନ କିଛି ଦିନ ବାକି ରହିଛି ଏବଂ ରିଲିଜ ପୂର୍ବରୁ ଏହା ଭଲ କଲେକ୍ସନ କରିସାରିଛି । ଏହି ଫିଲ୍ମ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବା ପାଇଁ ପ୍ରସ୍ତୁତ ଅଟେ । ଫିଲ୍ମ ଓପେନିଙ୍ଗ ଡେ’ରେ ୩୦ କୋଟି ଟଙ୍କାର କଲେକ୍ସନ କରିସାରିଛି । ଏବେ ରିଲିଜ ସମୟ ହେବା ପରେ ବି ଏତେ କଲେକ୍ସନ, ତେବେ ରିଲିଜ ଦିନ କଣ ହେବ ତାହା ଅନୁମାନ କରାଯାଉଛି ।
ରିପୋର୍ଟ ମୁତାବକ, ତେଲୁଗୁ ଭର୍ଜନ ଏପର୍ଯ୍ୟନ୍ତ ଆଡଭାନ୍ସ ବୁକିଂରେ ୧୦.୨୮ କୋଟି କଲେକ୍ସନ କରିସାରିଛି । ସେହିପରି ହିନ୍ଦୀ ଭର୍ଜନ ୭.୪୫ କୋଟି ଟଙ୍କା ରୋଜଗାର କରିସାରିଛି । ମଲୟାଲମ ଭର୍ଜନ କଥା କହିବାକୁ ଗଲେ ୨ଡି ସ୍କ୍ରିନିଂରେ ୪୬.୬୯ ଲକ୍ଷର କଲେକ୍ସନ କରିସାରିଛି । ତେଲେଙ୍ଗାନାରେ ଏହି ଫିଲ୍ମ ବମ୍ପର କଲେକ୍ସନ କରିସାରିଛି । ଟିକେଟ ସେଲ ୬.୭୬ କୋଟି ହୋଇସାରିଛି ଏବଂ ବ୍ଲକଡ ସିଟକୁ ମିଶାଇ ୯.୩୮ କୋଟି ଟଙ୍କା ଯାଏଁ ପହଞ୍ଚିଗଲାଣି । କର୍ଣ୍ଣାଟକରେ ଏହି ରୋଜଗାର ୩.୧୫ କୋଟି, ମହାରାଷ୍ଟ୍ରରେ ୨.୬୪ କୋଟି ସାରା ଦେଶରେ ସମୁଦାୟ ଏହି କଲେକ୍ସନ ୩୦.୮୮ କୋଟି ହୋଇସାରିଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର