ସ୍ତ୍ରୀକୁ ପଥରରେ ଛେଚି ସ୍ୱାମୀଙ୍କ ହତ୍ୟା ଉଦ୍ୟମ

ଅର୍ଗସ ବ୍ୟୁରୋ : ପୋଲିସ ଦମ୍ପତି ଝଗଡା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତୁଷୁରା ଥାନା ସମରା ଗାଁର ବାସିନ୍ଦା କନେଷ୍ଟବଳ ଜ୍ୟୋତିରଞ୍ଜନ ପ୍ରଧାନ ଦେଓଗାଁ ବ୍ଳକ କୁନ୍ଦେମାଲ ଗାଁର ନୁପୁର ବିଶ୍ଵାଳଙ୍କ ସହିତ ସମରା ଗାଁକୁ ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ସେମାନଙ୍କ ସହ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଯାଇଥିଲେ । ଭୋଜି ସାରି ସନ୍ଧ୍ୟାରେ ଜ୍ୟୋତିରଞ୍ଜନ ପ୍ରଥମେ ତାଙ୍କ ମାଁ, ବାପା ଏବଂ ଛୋଟ ଝିଅକୁ କାରରେ ପଠାଇ ଦେଇଥିଲେ । ପରେ ବାଇକ ସ୍ତ୍ରୀ ନୁପୁରକୁ ଧରି ବଲାଙ୍ଗିର ଅଭିମୁଖେ ବାହାରିଥିଲେ । ସମରା -ବରଗୋ ମୁଣ୍ଡା ରାସ୍ତାର ଏକ ମୁଡ଼ା ପାଖରେ ଜ୍ୟୋତିରଞ୍ଜନ ପରିସ୍ରା ବାହାନାରେ ଅଟକି ପୂର୍ବଯୋଜନା ମୁତାବକ ଏକ ପଥର ସାହାଯ୍ୟରେ ନୁପୁରୁଙ୍କୁ ଅତର୍କିତଭାବେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏପରିକି ଜ୍ୟୋତି ରଞ୍ଜନଙ୍କ ପଛରେ ବାଇକରେ ଆସୁଥିବା ସହଯୋଗୀ ଜଗା ପ୍ରଧାନ ମଧ୍ଯ ଆକ୍ରମଣ ନୁପୁରଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ।
ସେହି ସମୟରେ ନୁପୁର ଚିହାର କରିବାରୁ ପାଖ ବିଲରେ ଥିବା କେତେକ ଚାଷୀ ଚିତ୍କାର ଶୁଣି ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଚାଷୀଙ୍କୁ ପାଖକୁ ଆସୁଥିବା ଦେଖି ଉଭୟ ଆକ୍ରମଣକାରୀ ଫେରାର ମାରିଥିଲେ । ଏହାପରେ ଚାଷୀମାନେ ପୁଲିସକୁ ଖବର ଦେବା ସହ ନୁପୁରକୁ ହସ୍ପିଟାଲ ପଠେଇଥିଲେ। ଏବେ ନୁପୁର ଏକ ଘରୋଇ ହସପିଗଲରେ ଚିକିତ୍ସିତ ହେଉଥିବା ବେଳେ ମୁଣ୍ଡରେ ୬ରୁ ଉର୍ଦ୍ଧ୍ବ ଷ୍ଟିଜ୍ ପଡିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅସ୍ତ୍ରୋପଚାର ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ନୁପୁରଙ୍କ ବାପା ସତ୍ୟବାନ ବିଶ୍ଵାଳ ତାଙ୍କ ଝିଅକୁ ଆକ୍ରମଣ କରିଥିବା ନେଇ ଉଭୟ ଜ୍ଵାଇଁ ଏବଂ ସହଯୋଗୀଙ୍କ ନାଁରେ ତୁଷୁରା ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷେ, ଆକ୍ରମଣକାରୀ ଜ୍ୟୋତିରଞ୍ଜନ ଫେରାର ଥିବା ବେଳେ ତାଙ୍କ ସହଯୋଗୀ ଙ୍କୁ ଥାନା ରେ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
