ଅର୍ଗସ ବ୍ୟୁରୋ : ଲେବାନନରେ ଭୟଙ୍କର ପେଜର ବିସ୍ଫୋରଣ । ନିମିଷକେ ଚାଲିଗଲା ୧୧ ଜଣଙ୍କ ପ୍ରାଣ । ଏହାସହିତ ୪ ହଜାରରୁ ଅଧିକ ଆହତ ବି ହୋଇଛନ୍ତି । ଲେବନାନରେ ଥିବା ହିଜବୁଲ୍ଲାରର ସଦସ୍ୟ ଉପରେ ଟାର୍ଗେଟ କରି ଆକ୍ରମଣ କରାଯାଇଛି । ଘଟଣାରେ ଇସ୍ରାଏଲର ହାତ ଥିବା ସୂଚନା ରହିଛି । ତେବେ ହିଜବୁଲ୍ଲାରେ ମୋବାଇଲ ଫୋନ୍ ବଦଳରେ ପେଜର ଦ୍ବାରା କଥାବାର୍ତ୍ତା ହୁଏ । ତେବେ କଣ ଏହି "ପେଜର ବିସ୍ଫୋରଣ" । କେମିତି ହୁଏ ପେଜର ବିସ୍ଫୋରଣ ଆସନ୍ତୁ ଜାଣିବା ।
'ପେଜର' କଣ
ଯେପରି ଆମେ ଅନ୍ୟଜଣଙ୍କ ସହ କଥା ହେବାପାଇଁ ମୋବାଇଲ ଫୋନ ବ୍ୟବହାର କରିଥାନ୍ତି, ସେହିପରି ଲେବାନନରେ ହିଜବୁଲ୍ଲାର ସଦସ୍ୟ ମାନଙ୍କୁ ମୋବାଇଲ ବଦଳରେ ପେଜର ଦିଆଯାଇଥାଏ । ଏହା ଏକପ୍ରକାର ଓୟାରଲେସ ରେଡିଓ ଡିଭାଇସ । ରେଡିଓ ସିଗନାଲ ଦ୍ବାରା ଏହା ମେସେଜ ରିସିଭ୍ କରିଥାଏ । ମେସେଜ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ସେଠାକାର ପସନ୍ଦର ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର ।
କେମିତି ହୁଏ ପେଜର ବିସ୍ଫୋରଣ ଆତଙ୍କ
ଏକକାଳୀନ ସମୟରେ ଏହି ପେଜର ବିସ୍ଫୋରଣ ହୋଇଥାଏ । ହିଜବୁଲ୍ଲା କିଛିମାସ ପୂର୍ବରୁ ୫ ହଜାର ପେଜର ଅର୍ଡର କରିଥିଲା । ପେଜରେ ଭିତରେ ୩ ଗ୍ରାମର ବିସ୍ଫୋରକ ଲୁଚାଇ ରଖାଯାଇଥିଲା । ପ୍ରଥମେ ଏଠାକାର ହିଜବୁଲ୍ଲା ଉପରେ ମୋବାଇଲ ଫୋନ ଦ୍ବାରା ଆକ୍ରମଣ କରାଯାଉଥିଲା । ପରେ ଜଣା ପଡିବା ପରେ ହିଜବୁଲ୍ଲାରେ ଗତ ଫେବୃଆରୀରେ ପେଜର ଅର୍ଡର କରାଯାଇଥିଲା । ଏହାକୁ ଏପରି ଡିଜାଇନ କରି ଏଥିରେ ବିଷାକ୍ତ ବିସ୍ଫୋରକ ରଖାଯାଇଥିଲା ଯେ, ଏହାକୁ ଆଣିବା ବେଳେ କିଛି ଆଭାସ ମିଳିନଥିଲା । ଏହାପରେ ଏଥିରେ ରଖାଯାଇଥିବା ବିସ୍ଫୋରକକୁ ରେଡିଓ ସିଗନାଲ ଦ୍ବାରା ଟ୍ରିଗର କରାଯାଇଥାଏ । ଯାହାଦ୍ବାରା ଏକାବେଳେ ସମସ୍ତ ପେଜର ବ୍ଲାଷ୍ଟ କରିଥାଏ । ତେବେ ଏହି ସପ୍ଲାଏ ପଏଜନ ପଦ୍ଧତିରେ ଅନେକ ବଡବଡ କମ୍ପାନୀ ସାମିଲ ଥାଆନ୍ତି ।
ତେବେ ପ୍ରକୃତରେ ଏହି ଘଟଣା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରାଯାଉଥିବା ବେଳେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି। ଗତକାଲି ଲେବାନନ୍ ରୁ ସିରିଆ ଯାଏ ସିରିଜ୍ ପେଜର୍ ବ୍ଲାଷ୍ଟ ରେ ୯ରୁ ଅଧିକ ଲୋକ ଙ୍କ ମୃତ୍ୟୁ ଘଟିଥିଲା । ଇସ୍ରାଏଲର ମୋସାଦକୁ ଏହି ବ୍ଲାଷ୍ଟ ପାଇଁ ଦାୟୀ କରିଛି ହିଜବୁଲ୍ଲା ଗୋଷ୍ଠୀ ।
ଅଧିକ ପଢନ୍ତୁ : ଲେବାନନରେ ଭୟଙ୍କର "ପେଜର ବିସ୍ଫୋରଣ", ଗଲା ୧୧ ଜଣଙ୍କ ଜୀବନ
ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି ହିଜବୁଲ୍ଳା । ଲେବାଲନ୍ ରେ ଗାଜେଟ୍ ରେ ବ୍ଳାଷ୍ଟ ପରେ ଲୋକମାନେ ଲାପ୍ ଟପ୍ , ମୋବାଇଲ୍ ନା ଅନ୍ୟ କୈାଣସି ଗାଜେଟ୍ ବ୍ୟବହାର କରିବାକୁ ଭୟ କରୁଛନ୍ତି । ମଧ୍ୟ ପ୍ରାଚ୍ୟରେ ଜୁଦ୍ଧ ସ୍ଥିତି ଭିତରେ ବର୍ତମାନ ଗାଜେଟ୍ ଆଟାକ୍ ପୁରା ବିଶ୍ବକୁ ସ୍ତବ୍ଧ କରିଛି ।
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆର ରିସାଇକ୍ଲିଂ କରି ଏହି ମହିଳା ନିଜେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି। ଆବର୍ଜନା ରୁ ମହିଳା ମାନେ ପ୍ରସ୍ତୁତ କରୁଛନ୍ତି ଯୈବିକ ସାର । ପ୍ରତ୍ୟକ ଦିନ ଅଳିଆ ଆବର୍ଜନାକୁ ଗୋଟିଏ ୱେଷ୍ଟ ସେଣ୍ଟରରେ ଏକତ୍ରିତ କରାଯାଇ ତାକୁ ପ୍ରଥମେ ବିଭାଜିକରଣ କରାଯାଉଛି। ପରେ ସେଥିରୁ ପଲିଥିନ, ବୋତଲ, କାଗଜ ଓ ପରିବାକୁ ବଛା ଯାଉଛି। ପରେ ଏ ସବୁକୁ ପୌର ପାଳିକା ତରଫରୁ କରାଯାଇଥିବା ୱେଷ୍ଟ ସେଣ୍ଟର ଭିତରେ ଥିବା ବିଭିନ୍ନ କୁଣ୍ଡରେ ପକାଯାଉଛି। ପର୍ଯ୍ୟାୟ କ୍ରମେ ପ୍ରୋସେସିଂକରି ଖତ ପ୍ରସ୍ତୁତ କରାଯାଇ ବଜାର ରେ ବିକ୍ରି କରା ଯାଉଛି। ଏଭଳି କରି ଲାଭବାନ ହେଉଛନ୍ତି ଜୟପୁର ସହରର ଅନେକ ଏସଏସଜି ମହିଳା ।
ଜୟପୁରରେ 4ଟି ଖତ ଉପ୍ତାଦନ କେନ୍ଦ୍ର ରହିଛି ଓ ଏହି ଚାରୋଟି ସ୍ଥାନରେ ପାଖାପାଖି 41 ଟି ମହିଳା କାର୍ଯ୍ୟରତ ଅଛନ୍ତି । ବର୍ତମାନ 2014 ରେ ପ୍ରାଧାନ ମନ୍ତ୍ରୀ ଙ୍କ ଅବଦାନ ରେ ସ୍ଵଛ ଭାରତ ମିସନ ଜରିଆରେ ସମସ୍ତ ପୌରା ଅଞ୍ଚଳରେ ସ୍ଥାନୀୟ ଜନତା ଙ୍କୁ ସଚେତନ କରିବା ପାଇଁ ସ୍ଵତନ୍ତ୍ର ଭାବେ ସ୍ଵଛ ସାଥି ମାନେ ଭି ରହିଛନ୍ତି। ଶୁଖିଲା ଓ ଓଦା ଆବର୍ଜନା କୁ କେମିତି ଅଲଗା ରଖିବେ ସେ ସବୁ ଉପରେ ଲୋକଙ୍କୁ ସଚେତନ କରିବେ ତା ସହିତ ସହର ର ଯୋଉ ସବୁ ଅଳିଆ ସଂଗ୍ରହ ବାହାନ ରହିଛି ଶେଠୀ ଭି ମହିଳା ମନ ଙ୍କୁ ସ୍ଥାନ ଦିଆଯାଇଛି । ମୋଟାମୋଟି ଦେଖିବାକୁ ଗଲେ ଏହି ସଂପୂର୍ଣ୍ଣ ଚେନ ରେ 100 ରୁ ଅଧିକା ମହିଳା ନିୟୋଜିତ ଅଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ । କରମା ପୂଜା ଦେଖିବାକୁ ଆସିଥିବା ୩ ଜଣ ଅଭିଯୁକ୍ତ ରାତିରେ ଯୁବତୀଙ୍କ ସହ ଏହି ବର୍ବର କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି। ଘଟଣାଟି ୧୬ ତାରିଖ ରାତିରେ ଘଟିଥିବା ବେଳେ ପୀଡିତା ୧୭ ତାରିଖ ଦିନ କୁତ୍ରା ଥାନାରେ ଏତଲା ଦେଇଥିଲେ।
ଅଧିକ ପଢନ୍ତୁ : ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! ମୃତଦେହ ଉଦ୍ଧାର
କୁତ୍ରା ପୋଲିସ ମାମଲା ରୁଜ କରି ତଦନ୍ତ ଜାରି ରଖିଛି । ତିନି ଜଣ ଅଭିଯୁକ୍ତଙ୍କ ଘର ବିରମିତ୍ରପୁର ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ନେଇ ସୂଚନା ରହିଛି । ପୋଲିସ ମାମଲାରେ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।