Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ଆସନ ତଳୁ ମିଳିଲା ଟଙ୍କା ବିଡା

National

ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ଆସନ ତଳୁ ମିଳିଲା ଟଙ୍କା ବିଡା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ଆସନ ତଳୁ ମିଳିଲା ଟଙ୍କା ବିଡା

ଅର୍ଗସ ବ୍ୟୁରୋ :  ରାଜ୍ୟସଭାରେ କଂଗ୍ରେସ ସଦସ୍ୟଙ୍କ ଆସନ ତଳୁ ମିଳିଲା ଟଙ୍କା ବିଡା । ଏହାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗତକାଲି ଗୃହ ମୁଲତବୀ ପରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ରାଜ୍ୟସଭାରେ ଚେକିଂ କରାଯାଇଥିଲା । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଅଭିଶେକ ମନୁ ସାଙ୍ଗଭିଙ୍କ ସିଟ୍ ତଳୁ ବିଡା ବିଡା ୫ଶହ ଟଙ୍କିଆ ନୋଟ୍ ମିଳିଥିଲା । ଏନେଇ ରାଜ୍ୟସଭାର ଚେୟାରମ୍ୟାନ୍ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡ୍ ଗୃହରେ ସୂଚନା ଦେଇଛନ୍ତି ।

ଅଭିଶେକ ମନୁ ସାଙ୍ଗଭି ତେଲେଙ୍ଗାନାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଘଟଣାକୁ ନିନ୍ଦା କରିଛନ୍ତି । ଏହା ରାଜ୍ୟସଭାର ଗରିମାକୁ ମଳିନ କରିଛି । ମାମଲାର ତଦନ୍ତ ଚାଲୁଥିବା ବେଳେ କଂଗ୍ରେସ ସାଂସଦ ନାଁ ଉଠିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ । ସେପଟେ ସାଙ୍ଗଭି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଗତକାଲି ମାତ୍ର ୫ଶହ ଟଙ୍କା ନେଇ ରାଜ୍ୟସଭାକୁ ଯାଇଥିଲେ ବୋଲି କହିଛନ୍ତି ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Money was found under the seat of the Congress member in the Rajya Sabha | Argus News