ସୋସିଆଲ ମିଡିଆ ଯୁଗରେ ସବୁକିଛି ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି । ସେହିପରି ଜଣେ ଛାତ୍ରର ଉତ୍ତର ଖାତା ଇନଷ୍ଟାଗ୍ରାମ ପେଜରେ @n୨୧୫୪j ନାମକ ଏକ ଆଇଡି ଶେୟାର କରିଛନ୍ତି । ସେଥିରେ ହିନ୍ଦୀ ପ୍ରଶ୍ନରେ ପଚରାଯାଇଛି, "ସଂଯୁକ୍ତ ବ୍ୟଞ୍ଜନ କାହାକୁ କୁହାଯାଏ ?" ଆଉ ଛାତ୍ର ଜଣକ ଉତ୍ତରରେ ଲେଖିଛନ୍ତି, ମଟର ପନିର ସହ ଅନ୍ୟ ପରିବା ମିଶିଲେ ତାକୁ ସଂଯୁକ୍ତ ବ୍ୟଞ୍ଜନ କୁହାଯାଏ" । ସେହିପରି ଅନ୍ୟ ପ୍ରଶ୍ନରେ ଲେଖାଅଛି, " ଭୁତକାଳ କାହାକୁ କୁହାଯାଏ ?" ସେ ଲେଖିଛନ୍ତି, "ଯେତେବେଳେ ଭୂତ ଆମର କାଳ ହୋଇକି ଆସେ , ତାକୁ ଭୂତ କାଳ କୁହାଯାଏ ।" ଏପରି ଉତ୍ତର ପଢିବା ପରେ ଶିକ୍ଷକ ସେହି ଉତ୍ତରରେ ୧୦ରୁ ୫ ମାର୍କ ଦେବାସହ ଲେଖିଛନ୍ତି, "ତମର ଏପରି ବୁଦ୍ଧିପାଇଁ ମୁଁ ତୁମକୁ ୫ ମାର୍କ ଦେଉଛି ।"
ସେଥିରେ ଅନେକ ଜଣ କମେଣ୍ଟରେ ଲେଖିଛନ୍ତି, ଛାତ୍ର ଜଣଙ୍କ ଏପରି ବୁଦ୍ଧି ଖଟାଇଛନ୍ତି, ତାଙ୍କୁ ପୁରା ମାର୍କ ଦେବା ଦରକାର । ଆଉ ଜଣେ ଲେଖିଛନ୍ତି, ହୁଏତ ଏହା ମିଛ ହେଇପାରେ, କାରଣ ପ୍ରଶ୍ନ ଯେଉଁ ଅକ୍ଷରରେ ଲେଖାଯାଇଛି, ଉତ୍ତର ମଧ୍ୟ ସେହି ଅକ୍ଷରରେ ଲେଖାଯାଇଛି ।