ଅଧିକ ପଢନ୍ତୁ ଭାରତ ଖବର
ସାଧାରଣ ଗ୍ରାହକଙ୍କ ପାଇଁ ଖୋଲା ରହିବ ସବୁ ବ୍ୟାଙ୍କ ।
ଅର୍ଗସ ବ୍ୟୁରୋ : ମାର୍ଚ୍ଚ ୩୧ ରବିବାର ଦିନ ଖୋଲା ରହିବ ବ୍ୟାଙ୍କ । ଏନେଇ ଭାରତୀୟ ଆରବିଆଇ ପକ୍ଷରୁ ଏକ୍ସ ହ୍ୟାଣ୍ଡଲରେ ଟ୍ବିଟ କରି ସୂଚନା ଦିଆଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ସାଧାରଣ ଗ୍ରାହକଙ୍କ ପାଇଁ ଖୋଲା ରହିବ ସବୁ ବ୍ୟାଙ୍କ ।
ବ୍ରହ୍ମପୁର : ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ୮ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। ଏପରି ଘଟଣା ବୈଦ୍ୟନାଥପୁର ଥାନା ଇଲାକାରେ ଘଟିଛି । ନାବାଳିକାଙ୍କ କିଛି ପୁରୁଷ ବନ୍ଧୁ ନାବାଳିକାଙ୍କୁ କୋଲ୍ଡ ଡ୍ରିଙ୍କରେ କିଛି ନିଶା ପଦାର୍ଥ ଦେଇ ଦୁଷ୍କର୍ମ କରିଥିବା ସୂଚନା ରହିଛି।
ଅଧିକ ପଢନ୍ତୁ ଓଡିଶା ଖବର
ଏହି ଘଟଣାରେ ୮ଜଣଙ୍କୁ ଅଟକ ରଖିଛି ପୋଲିସ । ୩ ଦିନ ତଳେ ଏହି ଛାତ୍ରୀ ଜଣକ ତାଙ୍କ ସହପାଠୀ ବନ୍ଧୁଙ୍କ ଘରକୁ ପଢିବାକୁ ଯାଇଥିବା ସୂଚନା ରହିଛି । ତେବେ ୩ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
ଅର୍ଗସ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ମଇଦାନ ମୁହାଁ କେନ୍ଦ୍ରୀୟ ନେତା । ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅପରାହ୍ନରେ ଭବାନୀପାଟଣାର ବାରାକ ହେଲିପ୍ୟାଡରେ ପହଞ୍ଚିବେ । ଲାଲବାହାଦୁର ଷ୍ଟାଡିଅମରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ଏହାପରେ ରାୟଗଡ଼ା ଜେଏସକୋ ପଡିଆରେ ଆୟୋଜିତ ଜନସଭାରେ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ରାଜନାଥ ସିଂଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଅଧିକ ପଢନ୍ତୁ : ମୋଦିଙ୍କ ପରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ
ସେହିପରି ୯ରେ ଓଡିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ସେ ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ୯ରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁରୀର କୃଷ୍ଣପ୍ରସାଦରେ ବିରାଟ ସମାବେଶ କରିବେ ।
ପୁରୀ : ଆଜି ବୈଶାଖ ମାସ କୃଷ୍ନପକ୍ଷ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ତେବେ ବନକଲାଗି ନୀତି ସରିବା ପରେ ଅନବସର ପିଣ୍ଡିରେ ଅନବସର ନୀତି ସହ ଜଡିତ କେତକ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ। ଯେଉଁଥିରେ ଅନବସର ପିଣ୍ଡି ନିକଟରେ କାନ୍ଥ ଓ ଚଟାଣ ମରାମତି କାର୍ଯ୍ୟ କରାଯିବ । ତେଣୁ ବନକଲାଗି ଓ ଅଣସର ପିଣ୍ଡି ନିକଟରେ ମରାମତି ପାଇଁ 6ଘଣ୍ଟା ଜଗା ଦର୍ଶନ ବନ୍ଦ ରହିବ। ବିଧି ଅନୁଯାୟୀ ଶ୍ରୀମନ୍ଦିରରେ ନୀତି ବଢ଼ି ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ ।
ଅଧିକ ପଢନ୍ତୁ : ଶ୍ରୀମନ୍ଦିର ଭିତରକାଠ ନିକଟରେ ପଡିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ
ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ବା ଗୁପ୍ତ ନୀତି ହୋଇଥିବାରୁ ଏବଂ ଅନବସର ପିଣ୍ଡିରେ କିଛି କାର୍ଯ୍ୟ ଥିବାରୁ ଆଜି ଆପାତତଃ ସଂଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏ ଦୁଇଟି ନୀତି ସମାପନ ପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ନା ମହାପ୍ରଭୁଙ୍କ ପହୁଡ ନୀତି ହେବ ସେନେଇ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ।