ଅର୍ଗସ ବ୍ୟୁରୋ : ଦେଶକୁ ପୁଣି ଫେରିଛି କରୋନା ଭୟ। କେରଳରେ ଗତ ୨୪ ଘଣ୍ଟାରେ ୨୯୨ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ସେଠାରେ ୨୦୪୧ ସକ୍ରିୟ କେସ୍ ରହିଛି। କେରଳରେ ସପ୍ତାହକ ମଧ୍ୟରେ ତିନି ଗୁଣା କୋରୋନା ସଂକ୍ରମଣ ବୃଦ୍ଧି ପାଇ 10ରୁ ଅଧିକ ଜୀବନ ନେଲାଣି । କେରଳ ପଛକୁ ତାମିଲାନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟଗୁଡିକ ରହିଛନ୍ତି। କୋରୋନାକୁ ନେଇ ଉଚ୍ଚସ୍ତରୀୟ ବୈଠକରେ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ। କୋଭିଡର ନୂଆ ସବ ଭାରିଏଣ୍ଟ ଜେଏନ-୧ ଚିହ୍ନଟ ପରେ ଏହାକୁ ନ ଡ଼ରି ଏକାଠି ମୁକାବିଲା କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।
ଅର୍ଗସ ବ୍ୟୁରୋ: ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ । ସୁବର୍ଣ୍ଣପୁର ଜିଲ୍ଲା ଖଣ୍ଡହଥା ଠାରେ ୧୬ ତମ ଗଜଲଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳୁ ସ୍ଥାନୀୟ ବାଇଗଣୀ ଜୋର ପଠାରେ ଗଙ୍ଗାମାତାଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି। ଶତାଧିକ ମହିଳା ଓ ପୁରୁଷ ଜଳ ପୂର୍ଣ୍ଣ କଳସ ଧରି ହରିବୋଲ, ହୁଳହୁଳି, ଶଙ୍ଖ ଧ୍ବନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇ ପୂଜା ମଣ୍ଡପ ଠାରେ କଳସ ସ୍ଥାପନ କରାଯାଇଛି । ଏଠାରେ ୯ ଦିନ ଧରି ପୂଜା ହେବାକୁ ଥିବାବେଳେ ପ୍ରତି ଦିନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗଜଲଷ୍ମୀ ପୂଜା କମିଟିର ସମସ୍ତ ସଦସ୍ୟ ଓ ଖଣ୍ଡହଥା ଗଡ଼ଭିତର ଗ୍ରାମ ବାସୀ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଲଟିଛି ଦାଦନ ଚାଲାଣର ହବ୍ । ଦାଦନ ଋତୁ ଆରମ୍ଭ ପୂର୍ବରୁ ଦାଦନ ଦଲାଲମାନେ ଗାଁ ଗାଁ କୁ ଯାଇ ଟଙ୍କା ବଇନା ଦେଇ କରୁଛନ୍ତି ଦାଦନ ଚାଲାଣ । ଗାଁରେ କାମ ଧନ୍ଦା ନ ପାଇ ଗରିବ ଲୋକେ ହେଉଛନ୍ତି ଦାଦନ ଚାଲାଣ । ଏଭଳି ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କଦଳୀପଡା ଠାରେ ।
ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ଖବର ପାଇ କଣ୍ଟାବାଞ୍ଜି ପୋଲିସ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ସର୍ଦ୍ଦାର ପ୍ରଦୀପ ବେହେରା ଓ ଡ୍ରାଇଭରଙ୍କୁ ଗିରଫ କରିଛି । ଚାଲାଣରେ ବ୍ୟବହୃତ ଟାଟା ଏସି ଗାଡିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ୭ ଜଣ ମହିଳା, ସମେତ ୪ ଜଣ ପୁରୁଷ ଓ ୭ ଜଣ ଶିଶୁ କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଦାଦନ ହେଲେ ମୁରିବାହଲ ଥାନା ସର୍ଦ୍ଧlପୁର ବୋଲି ଜଣାପଡିଛି ।
ଆହୁରି ପଢନ୍ତୁ ଓଡିଶା ଖବର...