ସେପଟେ `ମିଗଜୋମ୍' ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ୨ ଦିନ ହେବ ବର୍ଷା ଲାଗି ରହିଥିବାରୁ ଜଳମଗ୍ନ ପୁରା ସହର । ଯେଉଁଠି ଦେଖିବେ ପାଣି ହିଁ ପାଣି । ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ୫ ଜଣଙ୍କ ଜୀବନ ଯାଇଛି । ପାଣି ସୁଅରେ କାର୍ ବି ବର୍ତ୍ତିପାରିନି । ପ୍ରଖର ସୁଅରେ ଅନେକ କାର ଓ ଯାନବାହାନ ଭାସି ଯାଇଛି । ଟ୍ରେନ, ମେଟ୍ରୋ ଟ୍ରେନ ବାତିଲ ସହ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଛାତିଏ ଉଚ୍ଚର ପାଣି । ଘରେ ବି ପଶିଛି ପାଣି । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । 6 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।