ସେହିପରି ୟୁସିସି ବା ସମାନ ନାଗରିକ ସଂହିତା ଲାଗୁ କରିବା ବିଜେପିର ଦୀର୍ଘ ଦଶନ୍ଧିର ସଂକଳ୍ପ । ଯାହା ଏଥର ପୂରା କରିବାକୁ ଦଳ କରିଛି ପଣ । ପୂର୍ବରୁ ଉତ୍ତରାଖଣ୍ଡ ସରକାର ଏହାକୁ ଲାଗୁ କରିସାରିଥିବା ବେଳେ । ବହୁ ବିଜେପି ଶାସିତ ରାଜ୍ୟ ୟୁସିସି ଲାଗୁ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ଏବେ ସାରା ଦେଶରେ ଲାଗୁ କରିବାର ସଂକଳ୍ପ ପୂରଣ କରିବ ବିଜେପି । ଏହା ଲାଗୁ ହେଲେ ବିବାହ, ବିଚ୍ଛେଦ ଓ ସଂପତ୍ତି ଅଧିକାର ନେଇ ବିଭିନ୍ନ ଧର୍ମ ପାଇଁ ଥିବା ଭିନ୍ନ ଭିନ୍ନ ଆଇନ ଉଚ୍ଛେଦ ହୋଇ ଗୋଟିଏ ନିୟମ ସଭିଙ୍କ ପାଇଁ କାର୍ଯ୍ୟକାରୀ ହେବ । ଯାହା ବିରୋଧୀଙ୍କ ପାଇଁ ତୁଷ୍ଟିକରଣ ରାଜନୀତିର ବାଟ ବନ୍ଦ କରିଦେବ । ସେଥିପାଇଁ ୟୁସିସିକୁ ଯୋରଦାର ବିରୋଧ କରୁଛି ଅପୋଜିସନ୍ । ତେବେ ତୃତୀୟ ପାଳିରେ ଏହାକୁ ଲାଗୁ କରିବା ନେଇ ମୋଦି ସଂକଳ୍ପବଦ୍ଧ ।
ଅଧିକ ପଢନ୍ତୁ ଭାରତ ଖବର
ବିଜେପି ପ୍ରତିଷ୍ଠା ସମୟରୁ ଦଳର ଏଜେଣ୍ଡାରେ ରହିଆସିଥିବା ୩ଟି ସଂକଳ୍ପ ମଧ୍ୟରୁ ଦୁଇଟି ପୂରା କରିସାରିଛନ୍ତି ମୋଦି ସରକାର । ଜାମ୍ମୁ ଓ କାଶ୍ମୀରରୁ ହଟି ସାରିଛି ଧାରା ୩୭୦ । ଅଯୋଧ୍ୟାରେ ନିର୍ମାଣ ହୋଇସାରିଛି ଭବ୍ୟ ରାମ ମନ୍ଦିର । ଏବେ ସମାନ ନାଗରିକ ସଂହିତାର ପାଳି । ସେଥିପାଇଁ ପ୍ରଧାନମନ୍ତ୍ରୀ ସଂକେତ ଦେଇସାରିଛନ୍ତି ତୃତୀୟ ପାଳିରେ କଡ଼ା ନିଷ୍ପତି ନେବାକୁ ଆମେ ପଛାଇବୁ ନାହିଁ । ତୃତୀୟ ପାଳିର ମୋଦି ସରକାରର ମୁଖ୍ୟ ମନ୍ତ୍ର ହେବ ରିଫର୍ମ- ପରଫର୍ମ ଓ ଟ୍ରାନ୍ସଫର୍ମ । ଆଉ ୨୪ ନିର୍ବାଚନରେ ୪୦୦ ପାର ଲକ୍ଷ୍ୟ ପୂରଣ ଦିଗରେ ୱାନ୍ ନେସନ ୱାନ୍ ଇଲେକ୍ସନ ଏବଂ ସମାନ ନାଗରିକ ସଂହିତା ହେବାକୁ ଯାଉଛି ବଡ଼ ମାଷ୍ଟର ଷ୍ଟ୍ରୋକ୍ ।