ଭୀଷଣ ବାତ୍ୟା। ଭୟଙ୍କର ପବନ। ଜଳ ପ୍ରଳୟ। ଦକ୍ଷିଣ ଭାରତର ଦୁଇ ରାଜ୍ୟ ଆନ୍ଧ୍ର ଓ ତାମିଲନାଡୁରେ ତାଣ୍ଡବ ଖେଳାଇଛି ମିଗଜୋମ୍। ମଙ୍ଗଳବାର ଅପରାହ୍ନରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶର ବାପଟଲା ନିକଟରେ ଲ୍ୟାଣ୍ଡଫଲ୍ କରିଛି ଭୀଷଣ ବାତ୍ୟା ମିଗଜୋମ୍ । ପ୍ରାୟ 3 ଘଣ୍ଟା ଧରି ଲାଗି ରହିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ପବନର ବେଗ ଥିଲା ସର୍ବାଧିକ 110 କିଲୋମିଟର । ଆନ୍ଧ୍ର ମଛଲିପଟନମ୍ ଓ ନେଲ୍ଲୋର ଅଞ୍ଚଳରେ ଭୟଙ୍କର ପବନ ସହ ପ୍ରବଳ ବର୍ଷା କରିଛି ଅନେକ କ୍ଷୟକ୍ଷତି । ବହୁ ଗଛ ଉପୁଡ଼ିଛି । ଭାଙ୍ଗି ଯାଇଛି ବିଦ୍ୟୁତ୍ ଖୁଣ୍ଟ। ବହୁ ସଂଖ୍ୟାରେ କଚ୍ଚା ଘର ମଧ୍ୟ ପ୍ରଭାବିତ ହୋଇଛି। ବହୁ ସ୍ଥାନରେ ରାସ୍ତାରେ ଗଛ ପଡ଼ି ୟାତାୟାତ ବନ୍ଦ ରହିଛି।