ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଜନତାଙ୍କୁ ଏକ ବାର୍ତ୍ତା ଲେଖିଛନ୍ତି, ମୋଦୀ କହିଛନ୍ତି ଯେ, ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, କେବଳ ଭଲ ଶାସନ ଏବଂ ବିକାଶ ରାଜନୀତିରେ ଭାରତର ଲୋକଙ୍କର ବିଶ୍ବାସ ରହିଛି। ସେମାନଙ୍କର ବିଶ୍ବାସ ବିଜେପି ଉପରେ ଯଥେଷ୍ଟ ଅଛି। ଦଳ ଉପରେ ସେମାନଙ୍କର ପ୍ରେମ, ବିଶ୍ବାସ ଏବଂ ଆଶୀର୍ବାଦ ବର୍ଷୁଥିବାରୁ ମୁଁ ଏହି ସମସ୍ତ ରାଜ୍ୟର ପରିବାରବର୍ଗଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।
ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, ମୁଁ ଜନତାଙ୍କୁ ନିଶ୍ଚିତ କରୁଛି ଯେ, ଆମେ ଆପଣଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିବୁ। ଆମକୁ ଭାରତକୁ ବିଜୟୀ କରିବାକୁ ପଡ଼ିବ।
ଅଧିକ ପଢ଼ନ୍ତୁ ରାଜନୀତି ଖବର