ଏହାସହ ଜଗନ୍ନାଥ ସଂସ୍କୃତି ଓଡିଆ ସଂସ୍କୃତି ବଞ୍ଚାଇ ରଖିବାକୁ ସମସ୍ତ ଚେଷ୍ଟା କରିବା ନେଇ କହିଛନ୍ତି ପୁରନ୍ଦର ମିଶ୍ର । 35 ଲକ୍ଷ ଜନସଂଖ୍ୟାକୁ ପ୍ରତିନିଧିତ୍ୱ କରୁଥିବା ଛତିଶଗଡ ସ୍ଥିତ ବୃହତ ଓଡିଆ ସମାଜର ସଭାପତି ଏବଂ ଜଣେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର । ଏହାସହ ରାୟପୁରରେ ଥିବା ଜଗନ୍ନାଥ ମନ୍ଦିର ସେବା ସମିତିର ସଂସ୍ଥାପକ ମଧ୍ୟ । ବର୍ତ୍ତମାନ ସେ ଛତିଶଗଡ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ଆସାମ, ଝାଡଖଣ୍ଡ, ଓଡିଶା, ଗୁଜୁରାଟର ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେପି ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରସାରିଛନ୍ତି ।
ପୁରନ୍ଦର ଗତ 25 ବର୍ଷ ଧରି ନିଶା ମୁକ୍ତ ଅଭିଯାନ ଚଳାଇ 22 ହଜାର 650 ଲୋକଙ୍କୁ ନିଶା ସେବନରୁ ନିବୃତ୍ତ କରିପାରିଛନ୍ତି । ସେ ଓଡିଶାର ମୂଳ ବାସିନ୍ଦା ହୋଇଥିବାବେଳେ ବର୍ତ୍ତମାନ ରାୟପୁରର ଶଙ୍କର ନଗର ଅଞ୍ଚଳରେ ରହୁଛନ୍ତି ।