ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତି ବି ବେଶ ସରଗରମ । କାରଣ ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଗଂଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ ୨୦୧୯ ଲୋକସଭା ନିର୍ବାଚନରେ ଦଳର ଭୋଟ ପ୍ରତିଶତ ୧୮ରୁ ୩୮ କୁ ବଢିଥିଲା । ବିଧାନସଭାରେ କଂଗ୍ରେସକୁ ପଛକୁ ହଟାଇ ରାଜ୍ୟରେ ବିଜେପି ହୋଇଥିଲା ମୁଖ୍ୟ ବିରୋଧୀ ଦଳ । ବିଜେଡିର ଲୋକପ୍ରିୟତାକୁ ପଛରେ ପକାଇ ୮ଟି ଲୋକସଭା ଆସନରେ ବିଜୟ ହୋଇଥିଲା ବିଜେପି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବି ୩୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ । ତେଣୁ ବିଜେପିର ସଫଳତାର ଯାତ୍ରା ଆହୁରି ମଜବୁତ ହୋଇଥିବା ଆକଳନ କରାଯାଉଛି । ତେବେ ମୋଦିଙ୍କ ଏହି ଗସ୍ତ ଆଗାମୀ ନିର୍ବାଚନରେ ବେଶି କିଛି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।
ବିଶେଷ କରି ପଶ୍ଚିମ ଓଡିଶାରେ ବିଜେପି ୨୦୧୯ ନିର୍ବାଚନରେ ସମସ୍ତ ୫ଟି ଲୋକସଭା ଆସନ ହାତେଇ ଥିଲା । ଆଉ ଆସନ୍ତା ୩ ତାରିଖରେ ସମ୍ବଲପୁରରେ ସମ୍ବୋଧନ ରଖିବେ ଦେଶର ପ୍ରଧାନମନ୍ତ୍ରୀ । ରାଜ୍ୟରେ ମୋଦିଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ଲୋକସଭାରେ ବିଜେପିକୁ ରେକର୍ଡ ସିଟ୍ ଦେବ ବୋଲି କୁହାଯାଯାଉଛି । ମୋଦି ଗ୍ୟାରେଣ୍ଟିକୁ ବଳ କରି ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଫଳାଫଳ ପରି ଓଡିଶାରେ ବି ୫୦ ପ୍ରତିଶତ ଭୋଟ ସହ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ରଣନୀତି କରୁଛି ବିଜେପି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: