ରାସ୍ଥାନରେ ସରକାର ଗଢିବ ବିଜେପି । ରାଜସ୍ଥାନରେ କଂଗ୍ରେସ ସରକାରରୁ ଓହ୍ଲାଇଛି । ପୁଣି ଥରେ ମୋଦି ମଡେଲକୁ ଭରସା କରି ଜନ ସମର୍ଥନ ଅଜାଡ଼ି ଦେଇଛନ୍ତି ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ର ଭୋଟର୍ । ଭ୍ରଷ୍ଟାଚାର-ପରିବାରବାଦକୁ ପୁଣି ଥରେ ଝଟକା ଦେଇ ମୋଦିଙ୍କ ଉପରେ ବିଶ୍ବାସ ଅଜାଡ଼ିଛନ୍ତି ତିନି ରାଜ୍ୟର ଜନତା ଜନାର୍ଦ୍ଦନ ।
ସେପଟେ ରାଜସ୍ଥାନରେ ବିଜେପିର ବାଜି ମାତ୍ ପରେ ବାବା ବାଲକନାଥ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ କିଏ ଏହି ବାବା ବାଲକନାଥ । କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ।
2019 ଲୋକସଭା ନିର୍ବାଚନରେ ବାବା ବାଲକନାଥ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ବାଲକନାଥଙ୍କ ଗୁରୁ ସ୍ୱର୍ଗତ ମହନ୍ତ ଚାନ୍ଦନାଥ 29 ଜୁଲାଇ 2016 ରେ ବାଲକନାଥଙ୍କୁ ତାଙ୍କର ଉତ୍ତରାଧିକାରୀ କରିଥିଲେ । ସେପ୍ଟେମ୍ବର 2018 ରେ ମହନ୍ତ ଚନ୍ଦ୍ରନାଥଙ୍କ ଦେହାନ୍ତ ହୋଇଥିଲା ।
ବାବା ବାଲକନାଥ୍ ଅବିକଳ ଯୋଗୀ ଆଦିତ୍ୟାନାଥଙ୍କ ଭଳି ଦେଖିବାକୁ । ବାଲକନାଥଙ୍କ ପାଇଁ ପ୍ରଚାର କରିଥିଲେ ଯୋଗୀ । ରାଜସ୍ଥାନରେ ବିଜେପିର ବଡ ହିନ୍ଦୁତ୍ୱ ଚେହେରା ହେଉଛନ୍ତି ବାଲକନାଥ୍ । ମହନ୍ତ ବାଲକନାଥଙ୍କୁ ଯଦି ସାମନାକୁ ଅଣାଯାଏ ତାହେଲେ ରାଜସ୍ଥାନରେ ବଡ ପରିବର୍ତ୍ତନ ହେବ । ତେବେ ଅଲୱରରେ ଅନେକ ସମୟରେ ସଂଖ୍ୟାଲଘୁଙ୍କୁ ନେଇ ଗଣ୍ଡଗୋଳ ଘଟଣା ସାମନାକୁ ଆସୁଥିଲା । ବାଲକନାଥ ଅଲୱରରୁ ସାଂସଦ ହେବା ପରେ ସେହି ଘଟଣା ଗୁଡିକ ଅନେକ ବାର କମିବାର ନଜର ଆସିଥିଲା । ଏଭଳି ପରିସ୍ଥିତିରେ ବିଜେପିର ଟ୍ରମ୍ପ କାର୍ଡ ବନି ପାରନ୍ତି ମହନ୍ତ ବାଲକନାଥ୍ ।