ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜ ଜନ୍ମଦିନରେ ପ୍ରାୟ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ବାଣ୍ଟିବେ ପ୍ରଥମ କିସ୍ତି ଟଙ୍କା । ଯାହାକୁ ନେଇ ଖୁବ୍ ଉତ୍ସାହିତ ମହିଳା। ଏହା ସହ ଦେଶର 10 ଲକ୍ଷ ଆବାସ ହିତାଧିକାରୀଙ୍କୁ ମଧ୍ୟ ପ୍ରଥମ କିସ୍ତି ଟଙ୍କା ଦେବେ ମୋଦି। ଆବାସ ପ୍ଲସ୍ 2024 ଆପର ମଧ୍ୟ ଉନ୍ମୋଚନ କରିବେ । ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ବ୍ଲୁ ବୁକ ସିକ୍ୟୁରୁଟି ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଏୟାରପୋର୍ଟରୁ ଜନତା ମୈଦାନ ପର୍ଯ୍ୟନ୍ତ କେଉଁ ଅଧିକାରୀ କେଉଁ ଦାୟିତ୍ବରେ ରହିବେ।
11 ଜଣ ଡିସିପି ରେଙ୍କର ଅଧିକାରୀ , 22 ଜଣ ଅତିରିକ୍ତ ଡିସିପି, 66 ଜଣ ଏସିପି, 100 ଜଣ ଆଇଆଇସି, 300 ଜଣ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ । ଲକ୍ଷାଧିକ ମହିଳାଙ୍କ ସମାଗମ ହେବାର କାର୍ଯ୍ୟକ୍ରମ ଥିବାରୁ ବ୍ୟାପକ ମହିଳା ପୋଲିସ ଅଧିକାରୀ ମଧ୍ୟ ମୁତୟନ କରାଯିବ। ଏହା ସହ STU, ଓଡ୍ରାଫ ଟିମ ସହ ଦୁଇ କମ୍ପାନୀ CRPF ମଧ୍ୟ ମୁତୟନ ହେବେ । ସାଧା ପୋଷାକ ଧାରୀ ପୋଲିସ, ଡଗ ସ୍କ୍ବାଡ, ବମ ସ୍କ୍ୱାଡକୁ ମୋଦିଙ୍କ ଗସ୍ତ ବେଳେ ମୁତୟନ କରାଯିବ । ଏପଟେ ସୁରକ୍ଷା ଦୃଷ୍ଟିରୁ ଏୟାରପୋର୍ଟରୁ ଜନତା ମୈଦାନ ଏବଂ ଗାଡ଼କଣ ପର୍ଯ୍ୟନ୍ତ ନୋ ଫ୍ଲାଇଙ୍ଗ ଜୋନ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର