ଅଧିକ ପଢନ୍ତୁ : ନେପାଳରେ ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ !
ବିମାନ ଦୁର୍ଘଟଣା ସମୟର ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କଣ ପାଇଁ ବିମାନଟି ଖସିପଡିଲା, ଏହା ପଛରେ ପାଇଲଟଙ୍କ ଅସାବଧାନତା ନା ଯାନ୍ତ୍ରିକ ତ୍ରୁଟି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି।
ଅର୍ଗସ ବ୍ୟୁରୋ : ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ଆକାଶରେ ଯାତ୍ରା କରୁଥିବା ବେଳେ ଅଧାରୁ ଶେଷ ହୋଇଗଲା ୬୨ ଜଣଙ୍କ ଜୀବନ। ମଝି ଯାତ୍ରାରେ ଆକାଶରୁ ଖସିଲା ବିମାନ, ତଳେ ପଡି ହୁତୁହୁତୁ ହୋଇ ଜଳି ଉଠିଲା। ଫଳରେ ବିମାନରେ ଯାତ୍ରା କରୁଥିବା ସମସ୍ତ ୫୮ ଯାତ୍ରୀଙ୍କ ସମେତ ୪ କ୍ର୍ୟୁ ମେମ୍ବରଙ୍କ ମୃତ୍ୟୁ ହୋଇଛି।
ଅଧିକ ପଢନ୍ତୁ : ନେପାଳରେ ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ !
ବିମାନ ଦୁର୍ଘଟଣା ସମୟର ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କଣ ପାଇଁ ବିମାନଟି ଖସିପଡିଲା, ଏହା ପଛରେ ପାଇଲଟଙ୍କ ଅସାବଧାନତା ନା ଯାନ୍ତ୍ରିକ ତ୍ରୁଟି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି।
ଅର୍ଗସ ବ୍ୟୁରୋ: ଯାଜପୁର ନଗଡାକୁ ନେଇ ମୁହାଁମୁହିଁ ସୁକିନ୍ଦା ବିଧାୟକ ଓ ପୂର୍ବ ବିଧାୟକ। ମୁଖ୍ୟମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ପରେ ସାମ୍ନାକୁ ଆସିଲେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଖୋଲାଖୋଲି ଚ୍ୟାଲେଞ୍ଜ କଲେ ସୁକିନ୍ଦାର 5 ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇଙ୍କୁ। କହିଲେ ଆସନ୍ତୁ ନଗଡା ଯିବା ମୁଁ ଆପଣଙ୍କୁ ଦେଖାଇବି ସେଠାକାର ଚିତ୍ର ।
ଗତକାଲି ଅର୍ଗସର ରୋକଠୋକ୍ କାର୍ଯ୍ୟକ୍ରମରେ ଇଣ୍ଟରଭ୍ୟୁ ଦେଇ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯାଜପୁରକୁ ଲୁଟିଛନ୍ତି 3 ପରିବାର । ସବୁଠାରୁ ବେଶୀ ଦୁର୍ନିତୀ କରିଛନ୍ତି ପ୍ରଫୁଲ୍ଲ ଘଡେଇ ଓ ପ୍ରିତି ରଂଜନ ଘଡେଇ । ସୁକିନ୍ଦାର ବିକାଶ ହୋଇଥିବା ନେଇ ପ୍ରଫୁଲ୍ଲ ଘଡେଇ ଦେଇଥିବା ବୟାନ ଉପରେ ସ୍ଥାନୀୟ ବିଧାୟକ କହିଛନ୍ତି ମିଛ କହୁଛନ୍ତି ପ୍ରଫୁଲ୍ଲ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ହାତେଇଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଚେନ୍ନାଇରେ ୨୮୦ ରନ୍ରେ ବାଂଲାଦେଶକୁ ପରାସ୍ତ କରିଥିଲା। ଏହି ବିଜୟ ସହିତ ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ନିଜର ସ୍ଥିତିକୁ ମଜଭୁତ କରିଛି। ବାଂଲାଦେଶ ସପ୍ତମ ସ୍ଥାନକୁ ଖସି ଆସିଛି।
ବାଂଲାଦେଶ ବିପକ୍ଷରେ କ୍ଲିନ ସୁଇପ ପରେ ଭାରତୀୟ ଦଳ ଶୀର୍ଷରେ ରହିଛି। ୧୧ଟି ମ୍ୟାଚରେ ୮ଟି ବିଜୟ ସହିତ ଭାରତର ପଏଣ୍ଟ ପ୍ରତିଶତ ବର୍ତ୍ତମାନ ୭୪.୨୪ ରହିଛି। ବର୍ତ୍ତମାନ ରୋହିତ ଶର୍ମାଙ୍କ ସେନାକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିବାକୁ ୮ଟି ମ୍ୟାଚ ମଧ୍ୟରୁ ଚାରିଟି ଜିତିବାକୁ ପଡ଼ିବ। ବର୍ତ୍ତମାନ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଥିବାବେଳେ ଚଳିତ ବର୍ଷ ଶେଷରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ।
ଭାରତ ପରାସ୍ତ କରିବା ପରେ ବାଂଲାଦେଶ ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନକୁ ଖସି ଆସିଛି। ବାଂଲାଦେଶର ମାର୍କ ପ୍ରତିଶତ ୩୪.୩୮ ହୋଇଛି। ଏହାପୂର୍ବରୁ ଦଳ ୩୩ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିଲା। ନିକଟରେ ବାଂଲାଦେଶ ଦଳ ପାକିସ୍ତାନ ବିପକ୍ଷ ଦୁଇ ଟେଷ୍ଟ ସିରିଜକୁ ୨-୦ରେ ଜିତିଥିଲା। କିନ୍ତୁ ବର୍ତ୍ତମାନ ବାଂଲାଦେଶକୁ ଭାରତ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି।
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିବାର ପାକିସ୍ତାନ ଦଳର ସ୍ବପ୍ନ ପ୍ରାୟ ଶେଷ ହୋଇଯାଇଛି। ପାକିସ୍ତାନ ୭ଟି ମ୍ୟାଚ ମଧ୍ୟରୁ ୫ଟିରେ ଜିତିଛନ୍ତି। ଦଳର ୧୯.୦୫ ପଏଣ୍ଟ ପ୍ରତିଶତ ସହିତ ଅଷ୍ଟମ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ଅଛି, ଯିଏ ୮ଟି ମ୍ୟାଚ ଜିତିଛନ୍ତି। ତାଙ୍କର ମାର୍କ ପ୍ରତିଶତ ହେଉଛି ୬୨.୫୦। ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ୨-୦ରେ ପରାସ୍ତ କରିବା ପରେ ଶ୍ରୀଲଙ୍କା ୫୫.୫୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି। ଇଂଲଣ୍ଡ ଚତୁର୍ଥ ସ୍ଥାନରେ, ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନରେ, ନ୍ୟୁଜିଲାଣ୍ଡ ଷଷ୍ଠ ସ୍ଥାନରେ ଏବଂ ୱେଷ୍ଟଇଣ୍ଡିଜ ନବମ ସ୍ଥାନରେ ରହିଛି। ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାରୁ ସବୁ ଶ୍ରେୟ ରୋହିତ ବାହିନୀଙ୍କୁ ଯାଇଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭୁବନେଶ୍ୱର: ଶଙ୍ଖଭବନରେ ବିଜେଡିରେ ବଡ଼ ବିସ୍ଫୋରଣ। ବିଜେଡି ସମୀକ୍ଷା ବୈଠକରେ ଶ୍ରୀମୟୀ ଓ ପ୍ରଦୀପ ସାହୁଙ୍କ ଭିତରେ କଥା କଟାକଟି। ଶ୍ରୀମୟୀଙ୍କୁ ପ୍ରଦୀପ ସାହୁ ସମର୍ଥକଙ୍କ ପ୍ରବଳ ବିରୋଧ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମୟୀ ମିଶ୍ର। ଅସନ୍ତୋଷ ପ୍ରକାଶ କରି ଶ୍ରୀମୟୀ କହିଛନ୍ତି ଯୁଗେ ଯୁଗେ ଲେଖା ଅଛି ଯେଉଁମାନେ ମହିଳାମାନଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି ।
ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତାର ଉଦାହରଣ ଦେଖୁଥିବେ । ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସେପଟେ ଦଳରେ ଶୃଙ୍ଖଳା କମିଥିବା ମାନିଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ତେବେ ବିଜେଡିରେ ବିଶୃଙ୍ଖଳା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହି କଥା ଏଡ଼ାଇଯାଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ଦଳର ସମ୍ମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ।
ଆହୁରି ପଢନ୍ତୁ ଓଡିଶା ଖବର...