ଘର
ଭାରତ
ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ
ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ
by Swayangprajna Mishra
ଅର୍ଗସ ବ୍ୟୁରୋ : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ । ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ ଜାତୀୟ କାର୍ଯ୍ୟକ୍ରମ । ଏନେଇ ଶୀତ ଅଧିବେଶନ ପୂର୍ବରୁ ହୋଇଥିବା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ସର୍ବସମ୍ମତି କ୍ରମେ ସଂସଦର ମିଳିତ ଅଧିବେଶନ ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ । ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ମହାମହିମ ରାଷ୍ଟ୍ରପତି । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ ସମ୍ବିଧାନ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ । ଆଜିଠାରୁ ଆରମ୍ଭ ହେଉଥିବା ସମ୍ବିଧାନ ଦିବସ ଉତ୍ସବ ବର୍ଷବ୍ୟାପୀ ଚାଲିବ ।
୨୬ ନଭେମ୍ବର ୧୯୪୯ରେ ଭାରତର ସମ୍ବିଧାନ ସଭା ଭାରତୀୟ ସମ୍ବିଧାନକୁ ଗ୍ରହଣ କରିଥିଲା । ଯାହା ୨୬ ଜାନୁଆରୀ ୧୯୫୦ରେ କାର୍ଯ୍ୟକାରୀ ହୋଇଥିଲା । ରାଷ୍ଟ୍ରପତିଙ୍କ ନେତୃତ୍ୱରେ ସଂସଦର ସେଣ୍ଟ୍ରାଲ ହଲରେ ଭବ୍ୟ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ସଂସ୍କୃତ ଓ ମୈଥିଲି ଭାଷାରେ ସମ୍ବିଧାନ ଉନ୍ମୋଚନ ହେବ। ୱେବସାଇଟ୍, 'constitution75.com' ମଧ୍ୟ ଲୋକାର୍ପିତ ହେବ । ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଅବସରରେ ମୋଦି ସରକାର ବର୍ଷବ୍ୟାପୀ ଉତ୍ସବ କରିବାକୁ ଘୋଷଣା କରିଛନ୍ତି ।