ଟ୍ରେନ ଭିତରେ ଜଗନ୍ନାଥଙ୍କ ସଂସ୍କୃତି ସ୍ଥାନ ପାଇବ। ଟ୍ରେନ ଭିତରେ AR VR ଟେକ୍ନୋଲୋଜିରେ ଜଗନ୍ନାଥ ସଂସ୍କୃତି ଦର୍ଶନର ବ୍ୟବସ୍ଥା ରହିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଲୋକ ଜାଣିବା ସହ ଆଧ୍ୟାତ୍ମିକ ଏବଂ ଐତିହାସିକ ପର୍ଯ୍ୟଟନରେ ଅଧିକ ବିକାଶ ହୋଇପାରିବ । ରେଳ ଲାଇନ ପାଇଁ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଲେ କେନ୍ଦ୍ର ରେଳ ମନ୍ତ୍ରୀ । ଏଥିପାଇଁ 215 ହେକ୍ଟର ଜମି ଆବଶ୍ୟକ । ଡିଜାଇନ୍ ପାଖାପାଖି ସଂପୂର୍ଣ୍ଣ ହୋଇଗଲାଣି । 32 କିମି ଭିତରେ 4ରୁ 5ଟି ଜାଗାରେ ସ୍ପେଶାଲ୍ ଟୁରିଷ୍ଟ ହବ୍ ସ୍ଥାପନ ହେବ। ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ଠାରୁ ଜମି ଦରକାର ।
ଗତ 10 ବର୍ଷ ଭିତରେ ରାଜ୍ୟରେ 409ଟି ରେଲୱେ ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ସରିଛି । 220ଟି ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ଚାଲିଛି ।
ଓଡ଼ିଶା ପାଇଁ 5333ଟି ମୋବାଇଲ ଟାୱାର ଅନୁମୋଦନ ହୋଇଛି । ଏଥିପାଇଁ 5600 କୋଟି ଟଙ୍କାରେ ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । 1 ବର୍ଷ ତଳେ ଜାନୁଆରୀ 2023ରେ ମଞ୍ଜୁର ହୋଇଥିଲା ଅର୍ଥ । ଏଥିରୁ 684ଟି ଟାୱାର କାମ ସରି ଯାଇଛି । ବହୁତ କମ୍ ଦିନରେ ଟାୱାର ନିର୍ମାଣ କାମ ସରିଛି । 3112ଟି ଟାୱାର ପାଇଁ କାମ ଆରମ୍ଭ ହୋଇଯାଇଛି । ଯେତେ ଶୀଘ୍ର ରାଜ୍ୟ ସରକାର ଟାୱାର ପାଇଁ ସାଇଟ ବାବଦରେ ସହଯୋଗ କରିବେ ସେତେ ଶୀଘ୍ର କାମ ସରିବ। ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ 5ଟି ଜିଲ୍ଳାରେ 42ଟି ପୋଷ୍ଟ ଅଫିସ ଉଦଘାଟନ ହେଲା। 5 ଟି ଡାକ ଟିକେଟ ମଧ୍ୟ ଉନ୍ମୋଚନ ହେଲା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର