ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ଆଗତ

ଅର୍ଗସ ବ୍ୟୁରୋ : ବିଧାନସଭାରେ ଆଗତ ହୋଇଛି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ । ବିଲ୍ ଆଗତବେଳେ ଗୃହରେ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଚାଳନା ଓ ପ୍ରତାରଣା କରୁଥିଲେ । ପୂର୍ବ ସରକାରଙ୍କ ଲିଗାସିକୁ ଭାଙ୍ଗିବାକୁ ପଡ଼ିବ । ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ବାରମ୍ବାର ହାତୁଡ଼ିରେ ମାରୁଥିଲା । ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି । ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ବଚ୍ଛତା ନଥିଲା। ଦୁର୍ନୀତିରେ ଭରି ରହିଥିଲା । ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ । ଯେଉଁ ଅଧିକାରୀ ଦାୟିତ୍ବରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ ।
ଅଧିକ ପଢନ୍ତୁ : ସାତ ବର୍ଷ ଭିତରେ ୬ ପ୍ରତିଶତରୁ ୩ ପ୍ରତିଶତରେ ପହଞ୍ଚିଲା ବେରୋଜଗାର ହାର
ଯାହାର ଉଦାହରଣ ୨୦୨୩ ମସିହାର jee ପରୀକ୍ଷା । ଖାଲି ସେତିକି ନୁହେଁ, ଖୋଦ୍ ସଚିବାଳୟରେ ବି ନିଯୁକ୍ତିରେ ବଡ଼ ଚଞ୍ଚକତା ହୋଇଛି । Aso ନିଯୁକ୍ତିରେ ହୁଣ୍ଡା ମୂଲ୍ୟରେ ଡାକି ନିଯୁକ୍ତି ଦେଇଥିଲେ । ୨୫ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ASO ଚାକିରି । ସରକାରଙ୍କ ଉପରେ ଥିଲେ ରାକେଟ୍ ବେପାରୀ । ସରକାରଙ୍କ ନାକ ତଳେ ହେଉଥିଲେ ସୁଦ୍ଧା କାହିଁକି ଚୁପ୍ ରହୁଥିଲେ?। ପିଲାଙ୍କ ଭବିଷ୍ୟତ ଅନ୍ଧାରରକୁ ଠେଲି ପୂର୍ବ ସରକାର ଆଉଟ୍ସୋର୍ସରେ ରହି ଯାଇଥିଲେ । ସ୍ଵଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ଵ, ପ୍ରତିଶ୍ରୁତି ପାଳନ କରିବୁ । ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ହେବ, ଖାଲି ଥିବା ସମସ୍ତ ପଦବୀ ପୂରଣ ହେବ କହିଛନ୍ତି ମୁଖ୍ୟମନ୍ତ୍ରୀ ।
