ଆହୁରି ପଢନ୍ତୁ ଓଡିଶା ଖବର...
ପୁରୀ: ଅସ୍ତରଙ୍ଗ ବ୍ଲକ ମଧୁପୁର ଶୈବ ମନ୍ଦିର ବାବା ଆଖଣ୍ଡଳମଣି ପୀଠରେ 144 ଧାରା ଲାଗୁ । ନୂଆଗଡ଼ ସାମୁଦ୍ରିକ ଥାନା ମଧୁପୁର ଗାଁରେ ଜାଗର ଯାତ୍ରା ପାଳନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି 144 ଜାରି କରିଛି ପ୍ରଶାସନ । ମନ୍ଦିରରେ 1 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଅଘଟଣକୁ ଦୃଷ୍ଟିରେ ରଖି ସଜାଗ ରହିଛି ଅସ୍ତରଙ୍ଗ ପୋଲିସ । ଗତବର୍ଷଠାରୁ ସ୍ଥାନୀୟ ମନ୍ଦିରରେ ଅଷ୍ଟପ୍ରହରୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ଅସ୍ତରଙ୍ଗ ପୋଲିସ ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ୨୦ ରେ ପୁଣି ଓଡ଼ିଶା ଆସୁଛନ୍ତି ମୋଦି । ପୁରୀରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ । ଅନୁଗୁଳ ଓ କଟକରେ ବିଶାଳ ଜନସଭା କରିବେ ପିଏମ ମୋଦି । ସେହିପରି ଆସନ୍ତା 15 ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି । ରାଉରକେଲା, କଣ୍ଟାବାଞ୍ଜି, ଆସ୍କାରେ ସଭା କରିବେ ଶାହ ।
ଅଧିକ ପଢନ୍ତୁ : ବରଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
17 ତାରିଖ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ବିଶାଳ ଜନସଭା କରିବେ। ଆସ୍କାର ସୋରଡ଼ା ଠାରେ ସଭା କରିବେ ଅମିତ ଶାହ । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ।
ଅର୍ଗସ ବ୍ୟୁରୋ: ଝରିଗାଁ ଚନ୍ଦାହାଣ୍ଡି ଘାଟି ଠାରେ ଦୁର୍ଘଟଣାରେ କୋଡିଏରୁ ଉର୍ଦ୍ଧ୍ବ ଆହତ ଅବସ୍ଥାରେ ଝରିଗାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ସାନଭାରଣ୍ଡୀ ଗାଁର କୋଡିଏରୁ ଉର୍ଦ୍ଧ୍ବ ଲୋକ ଏକ ଅଟୋ ଯୋଗେ ବିଜେପି ସାଂସଦ ପାର୍ଥି ବଳଭଦ୍ର ମଝିଙ୍କୁ ଭେଟିବାପାଇଁ ଚନ୍ଦାହାଣ୍ଡି ଫୋଟକି ଗ୍ରାମକୁ ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ତେବେ ଅଟୋ ଟିରେ ୨୦ରୁ ଅଧିକ ଲୋକ ବସିଥିବା ବେଳେ ୧୮ଜଣ ଆହତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ଦୁଇଜଣ ଶିଶୁ ଅଛନ୍ତି। ଆହତ ମାନଙ୍କୁ ଆମ୍ବୁଲେନ୍ସ ଯୋଗେ ଝରୀଗାଁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇ ଜଣଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ମୟୂରଭଞ୍ଜ: ଲକ୍ଷ୍ମୀ ବସରେ ଅସୁରକ୍ଷିତ ମହିଳା। କାରଣ ମାତାଲ ଡ୍ରାଇଭର ହାତରେ ଲକ୍ଷ୍ମୀ ବସ ଷ୍ଟିୟରିଂ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉର୍ମଳ ଛକ ନିକଟରେ। ଉଦଳା ରୁ ବହୁବନ୍ଧ, ଦୁଗୁଧା ଏବଂ ପାଟସାଣିପୁର ଯାଉଥିବା ବସ ଉର୍ମଳ ଛକ ନିକଟରେ ଚାଲିଥିବା ରାସ୍ତାରୋକ ପାଖରେ ଅଟକିଥିଲା।
ସେଠାରେ ଲୋକେ ବସ ରଖିବାକୁ କହିଥିବା ବେଳେ ଡ୍ରାଇଭର ଗାଡି ରୁ ଓହ୍ଲାଇ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ। ଗାଡି ରୁ ଓହ୍ଲାଇବା ପରେ ଡ୍ରାଇଭର ପୁରା ନିଶାସକ୍ତ ଅବସ୍ଥାରେ ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏ ନେଇ ପୋଲିସ କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଡ୍ରାଇଭର ସହିତ ବସ କୁ ଥାନାକୁ ନେଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର